ଚୀନ୍ ର ଦ୍ୱିତୀୟ ବିଆରଆଇ ବୈଠକରେ ସାମିଲ ହେବେ ୧୦୦ ରୁ ଅଧିକ ଦେଶର ପ୍ରତିନିଧି ! ବୈଠକକୁ ବହିଷ୍କୃତ କରିବ ଭାରତ ।

219

ଚୀନ୍ ର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ର ଦ୍ୱିତୀୟ ବୈଠକରେ ୧୦୦ ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହେବେ । ଜଣେ ବରିଷ୍ଠ ଚୀନ୍ ଅଧିକାରୀ ଶନିବାର କହିଥିଲେ ଏଥିରେ ୪୦ ଟି ଦେଶର ସରକାର ତଥା ନେତା ସାମିଲ ରହିବେ । ଚୀନ୍ ପ୍ରଥମେ ବିଆରଆଇ ବୈଠକ ୨୦୧୭ ରେ କରିଥିଲା । ଏହା ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଙ୍କ ପସନ୍ଦର ପରିଯୋଜନା କୁହାଯାଉଛି । ଏହି ପରିଯୋଜନାର ଉଦେ୍ଧଶ୍ୟ ଦୁନିଆରେ ଚୀନର ନିବେଶକୁ ଅଧିକ ମଜବୁତ କରିବା ପାଇଁ ଏବଂ ଚୀନର ପ୍ରଭୁତ୍ୱ ବିସ୍ତାର କରିବା ହୋଇଥାଏ । ଭାରତ ପ୍ରଥମ ବିଆରଆଇ ବୈଠକକୁ ବହିଷ୍କୃତ କରିଛି ।

ଚୀନ୍ ରେ ଭାରତର ଆମ୍ବାସାଡର ବିକ୍ରମ ମିସରୀ ନିକଟରେ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ୍ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଦ୍ୱିତୀୟ ବିଆରଆଇ ବୈଠକକୁ ମଧ୍ୟ ବହିଷ୍କୃତ କରିବା ପାଇଁ କହିଛି । ତେବେ ଏହି ବୈଠକରେ ୪୦ ଦେଶ ସମେତ ୧୦୦ ରୁ ଅଧିକ ଦେଶର ପ୍ରତିନିଧି ଦ୍ୱିତୀୟ ବିଆରଆଇ ବୈଠକରେ ସାମିଲ ହେବେ ।