ଚୀନ ଟାର୍ଗେଟରେ ତାଇୱାନ, ତାଇୱାନ ବାୟୁସୀମାରେ  ଚୀନର ଅନୁପ୍ରବେଶ

136

କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ । ଯାହାକୁ ନେଇ  ଚିନ୍ତାରେ ସାରା ବିଶ୍ୱ । ସେପଟେ ପୁଣି ଚିନ୍ତା ବଢାଇଛି ଚୀନ । ତାଇୱାନ ଉପରେ କୌଣସି ସମୟରେ ଚୀନ ସେନା ଆକ୍ରମଣ କରିବା ନେଇ ଆଶଙ୍କା ବୃଦ୍ଧି ପାଇଛି । ଖବର ଅନୁୁସାରେ ତାଇୱାନକୁ ଚୀନ ନିଜର ୨୯ଟି ଯୁଦ୍ଧ ବିମାନ ପଠାଇଛି । କିଛି ଯୁଦ୍ଧ ବିମାନ ତାଇୱାନ ଆକାଶରେ ଘୁରିବୁଲୁଥିବା ଦେଖିବାକୁ ମିଳିଛି ।

ଘଟଣାକୁ ନେଇ ତାଇୱାନ ଦାବି କରିଛି କି ଚୀନର ଯୁଦ୍ଧ ବିମାନକୁ ତା ମାର୍ଗରୁ ହଟାଯାଇଛି । ଚୀନ ଓ ତାଇୱାନ ବିବାଦ ଭିତରେ ଆମେରିକା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । ଚୀନକୁ ଖୋଲା ଧମକ ଦେଇ ପୂର୍ବରୁ ସର୍ତକ କରାଇ ଦେଇଛି ଆମେରିକା ।

ତାଇୱାନ ଏକ ସ୍ୱାଧୀନ ଦ୍ୱୀପପୁଂଜ । ତେବେ ଏହାକୁ ନିଜର ବୋଲି ଦାବି କରି ଆସୁଛି ଚୀନ ।ତେଣୁ ବାରମ୍ବାର ଦକ୍ଷିଣ ପୂର୍ବ ତାଇୱାନରେ ଅନୁପ୍ରବେଶ କରି ଯୁଦ୍ଧ ପାଇଁ ଉସକାଉଛି ଚୀନ । ବର୍ତମାନ ଚୀନର ଗତିବିଧି କହୁଛି କି କୌଣସି ମୁହୁର୍ତରେ ଆକ୍ରମଣ କରିପାରେ । ଏହା ପୂର୍ବରୁ ମେ ମାସରେ ତାଇୱାନ ବାୟୁସୀମାରେ ଅନୁପ୍ରବେଶ କରିଥିଲା ।