ଝାଡୁ କରୁଥିବା ନଜର ଆସୁଛି ସିମ୍ପାଞ୍ଜି, ଏଭଳି କରୁଛି ଲୁଗା ସଫା । ଦେଖନ୍ତୁ ଭିଡିଓ

116

ଚୀନର ଶେନୟାଙ୍ଗ ସହରର ଏକ ଚିଡିଆଖାନାରେ ସିମ୍ପାଞ୍ଜି କିଛି ଏମିତି କାମ କରିଛି ଯାହାକୁ ଦେଖି ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ । ସିମ୍ପାଞ୍ଜି ନିଜ କୋଠରୀର ସଫେଇ କାମ ନିଜେ କରୁଛି । ଯାହାର ଭିଡିଓକୁ ଖୁବ୍ ପସନ୍ଦ କରାଯାଉଛି । ଚିଡିଆଖାନାର ଅଧିକାରୀ କହିଛନ୍ତି କି, ଗୋଟିଏ ଦିନ ସେ କୋଠାରୀ ସଫା କରୁଥିଲା । ସେ ଝାଡୁରେ ପୁରା କୋଠରୀ ସଫା କରିବା କରିବା ଆରମ୍ଭ କରିଦେଲା । ସେହି କୋଠରୀରେ ବହୁତ ସାରା ପତ୍ର ଥିଲା । ତାକୁ ସେହି କୋଠରୀରେ ଜାଣିଶୁଣି ରଖାଯାଇଥିଲା କାହିଁକିନା ତାକୁ ଯେମିତି ଲାଗିବ କି, ସେ ଜଙ୍ଗଲରେ ରହୁଛି । ଏବଂ ପତ୍ର ଦ୍ୱାରା ଜୀବଜନ୍ତୁଙ୍କ ଶରୀରର ଦୁର୍ଗନ୍ଧ ବି ଚାଲିଯାଏ ।

 

ଫେସବୁକ୍ ଓ ଇନଷ୍ଟାଗ୍ରାମରେ ଏହି ଭିଡିଓ ବହୁତ ଭାଇରାଲ ହେଉଛି । ଏପର୍ଯ୍ୟନ୍ତ ଫେସବୁକରେ ୯୧ ହଜାର ଭ୍ୟୁଜ୍ ହୋଇସାରିଛି ଓ ଇନଷ୍ଟାଗ୍ରାମରେ ୨୧ ହଜାର ଭ୍ୟୁଜ୍ ହୋଇସାରିଛି । ୟୁଜର୍ସଙ୍କ ମଧ୍ୟ ମଜାଦାର କମେଣ୍ଟ ଆସିଛି । ଅଧିକାରୀଙ୍କ କହିବାନୁସାରେ, ୧୮ ବର୍ଷୀୟ ସିମ୍ପାଞ୍ଜିର ଆଇକ୍ୟୁ ୪ ବର୍ଷୀୟ ମଣିଷ ସହିତ ସମାନ । ତାକୁ ନକଲ କରିବାର ବି ଅଭ୍ୟାସ ଅଛି । ଯେବେ କେହି ତାକୁ ଭେଟିବାକୁ ଯାଆନ୍ତି, ତେବେ ସେ ତାଙ୍କ ଭଳି ନକଲ କରିବାକୁ ଲାଗେ । ଏହାର ଭିଡିଓ ବହୁତ ଭାଇରାଲ ହେଉଛି । ସେଥିରେ ଦେଖିବାକୁ ମିଳୁଛି କି, ପ୍ରଥମେ କୋଠରୀ ସଫା କରୁଛି ଓ ପୁଣି ଗାଧୋଇ କି କପଡା ସଫା କରୁଛି ।