କନକ ବ୍ୟୁରୋ : ପଣ୍ଡ ହେଲା ପାକିସ୍ତାନର ଷଡ଼ଯନ୍ତ୍ର । ଫେଲ ମାରିଲା ଜମ୍ମୁକାଶ୍ମୀର ଉରି ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ । ଭାରତୀୟ ସୀମାରେ ପ୍ରବେଶ କରୁଥିବା ବେଳେ ଧରିଥିଲା ଭାରତୀୟ ସେନାର ସର୍ଭିଲାନ୍ସ ସିଷ୍ଟମ । ସେନାର ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ସଭିଲାନ୍ସ ଗେଜେଟ୍ ଦ୍ୱାରା ୩ ଆତଙ୍କବାଦୀଙ୍କର ଅନୁପ୍ରବେଶ ଉଦ୍ୟମ ଧରାପଡ଼ିଥିଲା ।

ଏହା ପରେ ତୁରନ୍ତ ଆକ୍ସନ ନେଇଥିଲା ସେନା । ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଥିଲେ । ପାକିସ୍ତାନ ୩ ଆତଙ୍କବାଦୀଙ୍କ ଅନୁପ୍ରବେଶର ଭିଡିଓ ଫୁଟେଜ ସାର୍ବଜନୀନ କରିଛି ଭାରତୀୟ ସେନା । ପାକିସ୍ତାନ କିଭଳି ଭାରତୀୟ ସୀମାରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛି ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ଅନ୍ୟପଟେ ଗତ ୨୧ ତାରିଖରେ ଅନୁପ୍ରବେଶ ବେଳେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଧରିଥିଲା ଭାରତୀୟ ସେନା ।