ଗିରଫ ପରେ ଜେଲରେ ନୁହେଁ ହସ୍ପିଟାଲରେ ଅଛନ୍ତି ଚିଲିକା ବିଧାୟକ: ପ୍ରକୃତ କଥା ବୁଝିବାକୁ କ୍ୟାପିଟାଲ ହସ୍ପିଟାଲ ଗଲା ବିଜେପି ଟିମ୍ 

ଗିରଫ ପରେ ଜେଲରେ ନୁହେଁ ହସ୍ପିଟାଲରେ ଅଛନ୍ତି ଚିଲିକା ବିଧାୟକ: ପ୍ରକୃତ କଥା ବୁଝିବାକୁ କ୍ୟାପିଟାଲ ହସ୍ପିଟାଲ ଗଲା ବିଜେପି ଟିମ୍ 

କନକ ବ୍ୟୁରୋ: ଗିରଫ ପରେ ଜେଲରେ ନୁହେଁ ହସ୍ପିଟାଲରେ ଅଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ଏଡିଜେ କୋର୍ଟରେ ଜାମିନ୍ ଖାରଜ ପରେ ଅସୁସ୍ଥତା ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଅଛନ୍ତି ବିଧାୟକ । ପ୍ରକୃତ କଥା ବୁଝିବାକୁ କ୍ୟାପିଟାଲ ହସ୍ପିଟାଲରେ ପହଂଚିଯାଇଥିଲା ବିଜେପି ଟିମ୍ । ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ପଚାରିଥିଲେ ଯେ, ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରକୃତରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି କି? ତେବେ ଏହାର ଉତରରେ ତାଙ୍କର ହୃଦରୋଗ ଜନିତ ସମସ୍ୟା ଥିବା ଡାକ୍ତର କହିଥିଲେ । କିନ୍ତୁ ବିଜେପି ନେତା ସନ୍ଦେହ କରୁଛନ୍ତି, ଜଣେ ଠିକ୍ ଥିଲା, ହଠାତ ଗିରଫ ପରେ, ତାଙ୍କ ଦେହ କେମିତି ଖରାପ ହୋଇଗଲା ।

ବିଜେପି ନେତା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଡାକ୍ତର ଏଲ.ଡି ସାହୁଙ୍କୁ ପ୍ରଶ୍ନ କରୁଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରକୃତରେ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି କି? ଏବଂ ଏହାର ଉତରରେ ଡାକ୍ତର ସାହୁ କହୁଛନ୍ତି, ବିଧାୟକଙ୍କ ହୃଦରୋଗ ଜନିତ ସମସ୍ୟା ରହିଛି ଏବଂ ଆନଜିଓପ୍ଲାଷ୍ଟିର ଆବଶ୍ୟକତା ଅଛି ।

କିନ୍ତୁ ବିଜେପି ନେତା ସନ୍ଦେହ କରୁଛନ୍ତି, ଜଣେ ଠିକ୍ ଥିଲା, ହଠାତ ଗିରଫ ପରେ, ତାଙ୍କ ଦେହ କେମିତି ଖରାପ ହୋଇଗଲା । ଏହାଛଡା ଯଦି ସମସ୍ୟା ଅଛି ତେବେ ପ୍ରତିଦିନ ନିଜ ସହଯୋଗୀଙ୍କୁ କେମିତି ଭେଟୁଛନ୍ତି ।

ବିଜେପି ନେତାଙ୍କୁ ମାଡ ଅଭିଯୋଗ ପରେ ଆତ୍ମସମର୍ପଣ କରିଥିଲେ ପ୍ରଶାନ୍ତ ଜଗଦେବ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ଗିରଫ କରୁ କରୁ ତାଙ୍କର ଦେହ ଖରାପ ହୋଇଗଲା ଏବଂ ସେବେଠାରୁ ସେ ହସ୍ପିଟାଲରେ ଭର୍ତି ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe