ଚିଲିକାର ବିକାଶ ପାଇଁ ମିଳୁନାହିଁ ଅର୍ଥ କମିସନ୍ ସହାୟତା : ଚତୁର୍ଦ୍ଦଶ ଓ ପଞ୍ଚଦଳ କମିସନ୍ ଚିଲିକାର ଉନ୍ନତ ପାଇଁ ଅର୍ଥ ଦେଉନଥିବା ଅଭିଯୋଗ

63

କନକ ବ୍ୟୁରୋ : ଚିଲିକାର ବିକାଶ ପାଇଁ ମିଳୁନାହିଁ ଅର୍ଥ କମିଶନ ସହୟତା । ଚିଲିକା ହ୍ରଦର ସୁରକ୍ଷା ଓ ବିକାଶ ସାଙ୍ଗକୁ ମତ୍ସ୍ୟଜୀବୀଙ୍କ ଜୀବନଜୀବିକାର ଉନ୍ନତି ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ୩୦ ବର୍ଷ ଧରି ବହୁ ପଦକ୍ଷେପ ନିଆଯାଇଛି । କିନ୍ତୁ ଚତୁର୍ଦ୍ଦଶ ଓ ପଂଚଦଶ କମିଶନ୍ ଏ ବାବଦରେ ଅର୍ଥ ଦେଉନାହାନ୍ତି । ତେଣୁ ଚିଲିକାର ସୁରକ୍ଷା ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟନେଇ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗରେ ଉଦେବଗ ପ୍ରକାଶ ପାଇଛି ।

ବୈଠକରେ ଅଧ୍ୟକ୍ଷତା କରି କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା । ଚିଲିକାରେ ଏକ ସଂକଟଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି । ସମନ୍ୱିତ ଉପକୂଳ ପରିଚାଳନା ଓ ଚିଲିକାର ସୁରକ୍ଷା ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ନିକଟରେ ରାଜ୍ୟ ସରକାର ୧୧୦ କୋଟି ଟଙ୍କାର ଦାବି ରଖିଥିଲେ । ସେହିପରି ପଂଚଦଶ କମିଶନଙ୍କ ନିକଟରେ ଚିଲିକା ପାଇଁ ୫୨୦ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ରାଜ୍ୟର ଦାବିକୁ ଅଣଦେଖା କରିଥିବା କୁହାଯାଇଛି ।