କନକ ବ୍ୟୁରୋ: ବିଜେଡି ରାଜ୍ୟ ଅଫିସରେ ପ୍ରଶାନ୍ତ ଜଗଦ୍ଦେବ । ଆଜି ଭୁବନେଶ୍ୱର ବିଜେଡି ଅଫିସରେ ଚିଲିକାର ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଦେଖିବାକୁ ମିଳିଛି । କିଛି ମାସ ପୂର୍ବରୁ ବିଜେଡିରୁ ନିଲମ୍ବିତ ହୋଇଥିଲେ । ତେବେ ଆଜି ଚିଲିକା ନିର୍ବାଚନମଣ୍ଡଳୀର କିଛି କର୍ମୀ ବିଜେଡିରେ ମିଶିବାର ଥିଲା । ଏଥିପାଇଁ ନିଜ ସମର୍ଥକଙ୍କ ସହ ବିଜେଡି ଅଫିସକୁ ଆସିଥିଲେ ପ୍ରଶାନ୍ତ ଜଗଦ୍ଦେବ । ତେବେ ସେ ମଂଚ ଉପରକୁ ଯାଇନଥିଲେ । ଗତବର୍ଷ ଜଣେ ବିଜେପି କର୍ମୀଙ୍କୁ ମାଡ ମାରିବା ପରେ ତାଙ୍କୁ ବିଜେଡିଲୁ ନିଲମ୍ବିତ କରାଯାଇଥିଲା । କନକ ନ୍ୟୁଜକୁ ପ୍ରଶାନ୍ତ କହିଛନ୍ତି, ସେ ବିଜେଡିର ଅଛନ୍ତି ଓ ରହିବେ । ବିଜେଡି ପାଇଁ ସେ ପଂଚାୟତ ନିର୍ବାଚନରେ ବିଜେଡି ପାଇଁ କାମ କରିବେ ।
ବିଜେଡି ଅଫିସରେ ଚିଲିକାର ନିଲମ୍ବିତ ବିଧାୟକ: ମଂଚ ଉପରକୁ ଗଲେନି, କହିଲେ ବିଜେଡିରେ ଅଛନ୍ତି ଓ ରହିବେ
/kanak/media/post_attachments/wp-content/uploads/2022/01/33-13.jpg)