ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିରେ ଯୋଗଦେବା ପରେ ବିଜେଡିର ଟାର୍ଗେଟ: ସମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି

243

କନକ ବ୍ୟୁରୋ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିରେ ଯୋଗଦେବା ପରେ ବିଜେଡିର ଟାର୍ଗେଟ । ସମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି । କିପରି ଲୋକଙ୍କ ଉପରେ ଗାଡି ଚଢାଉଥିବା ନେତାଙ୍କୁ ବିଜେପି ଦଳରେ ସାମିଲ କଲା ତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ବିଜେପିକୁ ଆଉ ନୂଆ ନେତା କେହି ଯିବାକୁ ଚାହଁନାହାଁନ୍ତି । ତେଣୁ ଅପରାଧୀ, ଦୁର୍ନୀତିଗସ୍ତ ଲୋକଙ୍କୁ ବିଜେପି ଦଳର ସାମିଲ କରୁଥିବା କହିଛନ୍ତି ଲେଲିନ ମହାନ୍ତି ।

ଆଜି ପଦ୍ମ ଧରିଛନ୍ତି ପ୍ରଶାନ୍ତ ଜଗଦେବ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିରେ ସାମିଲ ହୋଇଛନ୍ତି । ସାଂସଦ ଅପରାଜିତା ଷଡଙ୍ଗୀ ଓ କିଛି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟରେ ସାମିଲ ହୋଇଛନ୍ତି ପ୍ରଶାନ୍ତ ଜଗଦେବ । ବ୍ଲକ ପରିସରରେ ଲୋକଙ୍କ ଉପରେ ଗାଡି ଚଢାଇ ବିବାଦୀୟ ହୋଇପଡିଥିଲେ ଏହି ବାହୁବଳୀ ନେତା । ଏମିତିକି ଗିରଫ ହୋଇ ଜେଲ ଯାଇଥିଲେ । ଜାମିନ୍ରେ ବାହାରିବା ପରେ ବର୍ଷେ ଯାଏଁ ନିଜ ନିର୍ବାଚନ ମଣ୍ଡଳିକୁ ଯାଇପାରିବେ ନାହିଁ ବୋଲି କହିଥିଲେ କୋର୍ଟ ।