କନକ ବ୍ୟୁରୋ : ଯାତ୍ରା ପାର୍ଟି ନା କାହିଁକି 'ବାହୁବଳୀ' ରଖିଲେ ତାର ଖୁଲାସା କରିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ‘ବାହୁବଳୀ ତପସ୍ୟା’ ରଙ୍ଗମଞ୍ଚ ନାମରେ ଏକ ଯାତ୍ରା ପାର୍ଟି ଗଢିଛନ୍ତି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ । ଯାତ୍ରା ପାଇଁ ଜୋରଦାରରେ ରିହରସାଲ ବି ଆରମ୍ଭ ହୋଇଛି । ଅନେକ ଟିଭି ଧାରାବାହିକ ଅଭିନେତା ଏହି ଯାତ୍ରା ପାର୍ଟିରେ ସାମିଲ ହୋଇଛନ୍ତି । ପ୍ରଶାନ୍ତ ଜଗଦେବ ଏହି ଯାତ୍ରା ପାର୍ଟିର ମୁଖ୍ୟ ପୃଷ୍ଠପୋଷକ ଓ ପ୍ରଯୋଜକ ଅଛନ୍ତି ।

Advertisment

ଯାତ୍ରା ପାର୍ଟିର ନା କାହିଁକି ବାହୁବଳୀ ରଖିଛନ୍ତି ସେ କଥା କହିଛନ୍ତି ପ୍ରଶାନ୍ତ ଜଗଦେବ । ଗଣମାଧ୍ୟମ ତାଙ୍କୁ ବାହୁବଳୀ କହିଲେ ସେ ଖୁସୀ ହୁଅନ୍ତି । କିନ୍ତୁ ଯାତ୍ରା ପାର୍ଟି ସହ ଏହାର କୌଣସି ସମ୍ପର୍କ ନଥିବା ବିଧାୟକ କହିଛନ୍ତି । ପ୍ରଶାନ୍ତଙ୍କ ସହ ତାପସ ଦାସ ନାମକ ଅନ୍ୟ ଜଣେ ପାର୍ଟିର ପ୍ରଯୋଜକ ରହିଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରେ ନାଟକ ପରିବେଷଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯାତ୍ରା ପାର୍ଟିରେ ବିଧାୟକଙ୍କ ଜୀବନୀକୁ ନେଇ ଏକ ନାଟକ ମଧ୍ୟ ପ୍ରସ୍ତୁତ କରାଯାଇଥିବା ଚର୍ଚ୍ଚା ହେଉଛି । ଯାହାର ନାମ ରଖାଯାଇଛି ‘ବାହୁବଳୀ ପାଇକ ପୁଅ’ ।