କନକ ବ୍ୟୁରୋ : ଚିଲିକାରୁ ଆସିଲା ଦୁଃଖଦ ଖବର।ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଭିତରେ ଚିଲିକାରୁ ଆସିଛି ହୃଦୟ ବିଦାରକ ଖବର । ବାଣପୁର ବ୍ଲକ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । କିଛି ଲୋକଙ୍କ ମାଡରେ ବିଧାୟକ ଲହୁଲୁହାଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ବିଧାୟକଙ୍କ ମୁଣ୍ଡ ଫାଟିଥିବା ବେଳେ ସେ ଗାଡି ଚଢାଇବାକୁ ଉଦ୍ୟମ କରିଥିବା କହିଥିବା ନେଇ ଅଭିଯୋଗ ହୋଇଛି । ୩ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇବା ପାଇଁ ବିଧାୟକ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଗୁରୁତରଙ୍କୁ ଭୁବେନଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ କରିଥିବା ବେଳେ ତାଙ୍କ ଗାଡିକୁ ଭାଙ୍ଗି ଚୁରମାର କରିଛନ୍ତି ଲୋକେ ।
ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ କହିବା ଅନୁଯାୟୀ, ଜଣେ ଜନପ୍ରତିନିଧି ଏଭଳି ନୃଂଶସ କାମ କରିବ ତାହା କଳ୍ପନାର ବାହାରେ । ଯେଉଁ ଅଘଟଣ ଘଟିଛି ତାହାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି । ଏଭଳି ଲୋକ ସାଧାରଣ ଜନଜୀବଦନରେ ଚଳିବାକୁ ଅଯୋଗ୍ୟ । ତାଙ୍କୁ ତୁରନ୍ତ ଜେଲର ଚାରିକାନ୍ଥ ମଧ୍ୟକୁ ପଠାଯାଉ । ଜଣେ ବିଧାୟକ ଏଭଳି କାଣ୍ଡ କଲେ ନିଶ୍ଚୟ ଲୋକଙ୍କ ରୋଷର ଶିକାର ହେବେ । ଓଡ଼ିଶାରେ ଏଭଳି ଘଟଣା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଏଭଳି ଜଣେ ଅମଣିଷ, ଅଯୋଗ୍ୟ ମଣିଷ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।
ପୂର୍ବରୁ ପ୍ରଶାନ୍ତଙ୍କ ଏଭଳି ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ଏପରିକି ପ୍ରଶାନ୍ତ ଜେଲ ମଧ୍ୟ ଯାଇଥିଲେ । ଆଉ ଆଜି ପୁଣିଥରେ ପ୍ରଶାନ୍ତ ଦାଦାଗିରି ଦେଖାଇବା ସହ ଲୋକଙ୍କ ଉପରେ ଗାଡି ଚଢାଇବାକୁ ମଧ୍ୟ ପଛାଇନାହାନ୍ତି ।