ମାଛ ପାଇଁ ମିଳୁନି ବରଫ, ବାଲୁଗାଁରୁ ଆସିଲା ଅଭାବନୀୟ ଚିତ୍ର ।  ବିଜୁଳି ନଥିବାରୁ ବନ୍ଦ ହୋଇଯାଇଛି ବରଫ କଳ, ଚଢା ଦରରେ ବିକ୍ରି ହେଉଛି ବାଲେଶ୍ୱର ଓ ଭଦ୍ରକରୁ ଆସିଥିବା ବରଫ 

ଫୋନି ପ୍ରଭାବରେ  ଚିଲିକାରେ ଘୋର ବିପର୍ଯ୍ୟୟ ଘଟିିଛି

219

କନକ ବ୍ୟୁରୋ : ଫୋନି ପ୍ରଭାବରେ  ଚିଲିକାରେ ଘୋର ବିପର୍ଯ୍ୟୟ ଘଟିିଛି । ଖାର ପାଣିରେ ସମୁଦ୍ରର ଲୁଣିପାଣି ମିଶିଯିବା ଫଳରେ ମାଛ, ଚିଙ୍ଗୁଡି, କଙ୍କଡା  ମରିଯାଉଛନ୍ତି ।  ବାଲୁଗାଁ ଚିଲିକା କୂଳରେ ମାଛ ବ୍ୟବସାୟର  ମୁଖ୍ୟ କେନ୍ଦ୍ର ।  ବାତ୍ୟା ପରେ ଏଠାରେ ପ୍ରବଳ ମାତ୍ରାରେ  ମାଛ ବିକ୍ରି ହେଉଛି ।  ଖୁବ କମ ଦରରେ ଭଲ ଭଲ ମାଛ ମିଳୁଛି ।  ଏହାର ମୁଖ୍ୟ କାରଣ ହେଉଛି ବରଫର ଅଭାବ । ସ୍ଥାନୀୟ ଅଂଚଳରେ ଥିବା ବରଫକଳ ଗୁଡିକ ବିଦ୍ୟୁତ ଯୋଗାଣାରୁ ବନ୍ଦ ହୋଇଯାଇଛି ।

ଏହି ପରିପ୍ରେକ୍ଷୀରେ ବାଲେଶ୍ୱର, ଭଦ୍ରକ ଆସୁଥିବା ବରଫ କେନ ପ୍ରତି ହଜାରେ ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରୀ ହେଉଛି । କିନ୍ତୁ ପ୍ରକୃତ ଦାମ ହେଉଛି  ୨ ଶହ ଟଙ୍କା । ବରଫ ନଥିବାରୁ ମାଛଗୁଡିକୁ ସଂରକ୍ଷିତ କରାଯାଇ ରଖାଯାଇ ପାରୁନାହିଁ । ଫଳରେ ଅନ୍ୟତ୍ର ଏହାକୁ ରପ୍ତାନି କରାଯାଉନାହିଁ ।  ଏଭଳି ହେଲେ ଆଗକୁ ମାଛ ବ୍ୟବସାୟ ବନ୍ଦ ହୋଇଯିବ ବୋଲି କହିଛନ୍ତି ବ୍ୟବସାୟ ।

Comments are closed.