ପ୍ରଶାସନ ନିୟମକୁ ମାନୁଛି କିିଏ? ନିର୍ଦ୍ଦେଶ ପରେ ଫଳ ଶୂନ, ଏବେବି ବିପଦପୂର୍ଣ୍ଣ ଯାତ୍ରା ହେଉଛି ଚିଲିକାରେ

ପ୍ରଶାସନ ନିୟମକୁ ମାନୁଛି କିିଏ? ନିର୍ଦ୍ଦେଶ ପରେ ଫଳ ଶୂନ, ଏବେବି ବିପଦପୂର୍ଣ୍ଣ ଯାତ୍ରା ହେଉଛି ଚିଲିକାରେ

କନକ ବ୍ୟୁରୋ : ଚିଲିକାରେ ବନ୍ଦ ହେଉନି ବିପଦପୂର୍ଣ୍ଣ ଜଳଯାତ୍ରା। ଗତ ୨ ତାରିଖ ସନ୍ଧ୍ୟାରେ ଚିଲିକାରେ ନୌକା ଦୁର୍ଘଟଣା ଘଟିବା ପରେ ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଡଙ୍ଗାକୁ ଯାଞ୍ଚ‌ କରିବା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଥିଲା। ଏହି ଟାସ୍କଫୋର୍ସ ଚିଲିକାର ବିଭିନ୍ନ ଅଞ୍ଚଳକୁ ଯାଇ ଡଙ୍ଗା ଯାଞ୍ଚ‌ କରିଥିଲା। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ କେତେକ ଡଙ୍ଗାକୁ ଜଳଯାତ୍ରା କରିବା ପାଇଁ ବାରଣ କରାଯାଇଥିଲା। ଏହା ମଧ୍ୟରେ ଯା‌ଞ୍ଚ ସରି ଯାଇଥିବାବେଳେ ଚିଲିକାରେ ଡଙ୍ଗା ଚଳାଚଳ ସଂପୂର୍ଣ୍ଣ ବିପଦମୁକ୍ତ ହୋଇ ପାରି ନାହିଁ। ସରକାରଙ୍କ ନିର୍ଦ୍ଦେଶକୁ ଖୋଲା ଚ୍ୟାଲେଞ୍ଜ ଦେଇ କିଛି ଯାତ୍ରୀ ପରିବହନକାରୀ ଓ ମାଛଧରା ଡଙ୍ଗା ବିପଜ୍ଜନକ ଭାବେ ଚଳାଚଳ କରୁଥିବା ଦେଖାଯାଇଛି।

କେଉଁଠି ଯାତ୍ରୀବାହୀ ଡଙ୍ଗାରେ ଉପଯୁକ୍ତ ସୁରକ୍ଷା ଜ୍ୟାକେଟ୍‌ ନାହିଁ ତ ଆଉ କେଉଁଠି ମାଛଧରା ଡଙ୍ଗାଗୁଡ଼ିକ ଜାଲ ଓଭର୍‌ଲୋଡ୍ ହେଉଛି। ଏପରିକି ସରକାରୀ ଭାବେ ଚଳାଚଳ କରୁଥିବା ବାଲୁଗାଁ ଲଞ୍ଚ ସଭିସ୍‌ ମଧ୍ୟ ଓଭରଲୋଡ଼୍ ହୋଇ ଯାତାୟାତ କରୁଛି। ଏହାଛଡ଼ା ମତ୍ସ୍ୟଜୀବୀ ଡଙ୍ଗାରେ ଯାତ୍ରୀ ପରିବହନ କରାଯାଉଛି। ଫଳରେ ଆଗାମୀ ଦିନରେ ଚିଲିକାରେ ଆଉ ଏକ ଡଙ୍ଗାବୁଡ଼ିର ଆଶଙ୍କା ଥିବା ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe