କନକ ବ୍ୟୁରୋ : ଅନ୍ଧାରରେ ପିଲାଙ୍କ ଭବିଷ୍ୟତ । ଶିକ୍ଷକ ଅଭାବକୁ ନେଇ ଅଭିଭାବକଙ୍କ ନିଆରା ପ୍ରତିବାଦ । ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି ବୋଲି ଛୁଆକୁ ସ୍କୁଲ ଛାଡୁ ନାହାନ୍ତି ଅବିଭାବକ । ଆଉ କୁନି କୁନି ପିଲା ଗାଁ ଦାଣ୍ଡରେ ଖେଳକୁଦରେ ମାତିଛନ୍ତି । ଗାଁ ଦାଣ୍ଡରେ ବ୍ୟାଟ ବଲ ଧରି କ୍ରିକେଟ ଖେଳୁଛନ୍ତି । ଦିନ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ସ୍କୁଲ ଖୋଲା ରହୁଛି । ହେଲେ ସ୍କୁଲ ଯିବା ବଦଳରେ ଗାଁ ଦାଣ୍ଡ ଖେଳି ଖେଳି କୁନି କୁନି ପିଲା ସମୟ କାଟୁଛନ୍ତି ।

Advertisment

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ବହିରଖମନ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନଥିବାରୁ ପିଲାଙ୍କୁ ବିଦ୍ୟାଳୟ ଛାଡୁନଥିବା କହିଛନ୍ତି ଅବିଭାବକ । ପ୍ରଥମରୁ ଅଷ୍ଠମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟରେ ପଢୁଛନ୍ତି ୯୦ ଜଣ ଛତ୍ରଛାତ୍ରୀ । ହେଲେ ଶିକ୍ଷକ ଅଛନ୍ତି ମାତ୍ର ଦୁଇଜଣ । ପ୍ରଧାନ ଶିକ୍ଷକ ଅଫିସ କାମରେ ଗଲେ ଜଣେ ଶିକ୍ଷକରେ କେମିତି ହେବ ଶିକ୍ଷାଦାନ ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । ଯେତେ ଦିନ ପର୍ଯନ୍ତ ଶିକ୍ଷକ ନଦେବେ ଆମେ ପିଲାଙ୍କୁ ଛାଡ଼ିବୁ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।