ଆଜି ହେଉଛି ଶିଶୁ ଦିବସ ! ଚାଚା ନେହେରୁଙ୍କୁ ମନେ ପକାଉଛି ସାରା ଦେଶ ।

ଆଜି ହେଉଛି ଶିଶୁ ଦିବସ ! ଚାଚା ନେହେରୁଙ୍କୁ ମନେ ପକାଉଛି ସାରା ଦେଶ ।

Techfactslive

କନକ ବ୍ୟୁରୋ : ଆଜି ଶିଶୁ ଦିବସ, ଆଜିର ଦିନକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସ ଭାବରେ ପାଳନ କରାଯାଏ । ନିଧନ ପରେ ନେହେରୁଙ୍କ ଜନ୍ମଦିବସକୁ ଶିଶୁ ଦିବସ ରୂପେ ପାଳନ କରାଗଲା । ସ୍ୱାଧୀନତା ପରେ ନବ ଭାରତର ନିର୍ମାଣରେ ତାଙ୍କର ଅବଦାନକୁ ଆଜି ମନେ ପକାଉଛି ସାରା ଦେଶ ।

publive-image

ସ୍ନେହରେ ତାଙ୍କୁ ପିଲାମାନେ ଚାଚା ନେହେରୁ ବୋଲି ସମ୍ବୋଧନ କରୁଥିଲେ । ଛୋଟ ପିଲାମାନଙ୍କ ପ୍ରତି ତାଙ୍କର ଗଭୀର ସେହ୍ନ ଓ ଭଲପାଇବା ଥିଲା । ଏଥିପାଇଁ ପ୍ରତିବର୍ଷ ତାଙ୍କ ଜନ୍ମ ଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ଛୋଟ ପିଲାଙ୍କ ଅଧିକାର,ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଧ୍ୟାନ ଦେବା ପାଇଁ ଆଜିର ଦିନରେ ସମସ୍ତଙ୍କୁ ଜାଗୃତ କରାଯାଏ । ଶିଶୁ ଦିବସ ଅବସରରେ ଦେଶରେ ବିଭିନ୍ନ ସ୍ଥାନରେ ଆଜି କାର‌୍ୟ୍ୟକ୍ରମମାନ ଅନୁଷ୍ଠିତ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe