କନକ ବ୍ୟୁରୋ : ଆଜି ଶିଶୁ ଦିବସ, ଆଜିର ଦିନକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସ ଭାବରେ ପାଳନ କରାଯାଏ । ନିଧନ ପରେ ନେହେରୁଙ୍କ ଜନ୍ମଦିବସକୁ ଶିଶୁ ଦିବସ ରୂପେ ପାଳନ କରାଗଲା । ସ୍ୱାଧୀନତା ପରେ ନବ ଭାରତର ନିର୍ମାଣରେ ତାଙ୍କର ଅବଦାନକୁ ଆଜି ମନେ ପକାଉଛି ସାରା ଦେଶ ।
ସ୍ନେହରେ ତାଙ୍କୁ ପିଲାମାନେ ଚାଚା ନେହେରୁ ବୋଲି ସମ୍ବୋଧନ କରୁଥିଲେ । ଛୋଟ ପିଲାମାନଙ୍କ ପ୍ରତି ତାଙ୍କର ଗଭୀର ସେହ୍ନ ଓ ଭଲପାଇବା ଥିଲା । ଏଥିପାଇଁ ପ୍ରତିବର୍ଷ ତାଙ୍କ ଜନ୍ମ ଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ଛୋଟ ପିଲାଙ୍କ ଅଧିକାର,ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଧ୍ୟାନ ଦେବା ପାଇଁ ଆଜିର ଦିନରେ ସମସ୍ତଙ୍କୁ ଜାଗୃତ କରାଯାଏ । ଶିଶୁ ଦିବସ ଅବସରରେ ଦେଶରେ ବିଭିନ୍ନ ସ୍ଥାନରେ ଆଜି କାର୍ୟ୍ୟକ୍ରମମାନ ଅନୁଷ୍ଠିତ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/Capture-11.jpg)
/kanak/media/post_attachments/wp-content/uploads/2018/11/childrensday-13-1510557282-300x225.jpg)