କନକ ବ୍ୟୁରୋ: ଖରାଛୁଟିରେ ପିଲା କରିବେ ହୋମୱାର୍କ । ଏଥିପାଇଁ ଅଭିଭାବକଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯିବ ଡାଏରୀ ପୁସ୍ତିକା । ଯେଉଁଥିରେ କେମିତି ପିଲାଏ ପାଠ ପଢିବେ? କେଉଁ ପାଠକୁ କେତେ ଗୁରୁତ୍ୱ ଦେବେ? ପ୍ରଶ୍ନପତ୍ରକୁ କିଭଳି ଅଭ୍ୟାସ କରିବେ, ସେ ନେଇ ଆଜି ଅଭିଭାବକଙ୍କ ସହିତ ଆଲୋଚନା କରିଛନ୍ତି ଶିକ୍ଷକ । ଅଧିକ ଦିନ ପାଇଁ ଖରାଛୁଟି ହୋଇଥିବାରୁ ପିଲାଙ୍କ ପାଠ ପଢା ନେଇ ଗୁରୁତ୍ୱ ଦେଇଛି ଗଣଶିକ୍ଷା ବିଭାଗ । ସେହିଭଳି ସାଇବର ଠକେଇରୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ସୁରକ୍ଷା । ଏନେଇ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ କିଭଳି ନିଜକୁ ସାଇବର ଠକାମିରୁ ରକ୍ଷାକରିପାରିବେ ସେଥିପ୍ରତି ଅଭିଭାବକଙ୍କୁ ସଚେତନ କରାଇଛନ୍ତି ସ୍କୁଲର ଶିକ୍ଷକ ।

Advertisment

ସରକାର ଓ କମିଶନରେଟ ପୁଲିସର ମିଳିତ ପ୍ରୟାସରେ ପ୍ରତି ସ୍କୁଲରେ ଏକ ସାଇବର କ୍ଲବ ଗଠନ କରାଯାଇଛି । ଯେଉଁଥିରେ ରହିବେ ୫ଜଣ ସଦସ୍ୟ । ୩ ଜଣ ବିଦ୍ୟାଳୟର ଛାତ୍ରଛାତ୍ରୀ ରହିବା ସହ ଅନ୍ୟ ୨ ଜଣ ରହିବେ ଶିକ୍ଷକ । ପିଲାଙ୍କୁ ଦିଆଯିବ ସାଇବର ମିତ୍ରର ବ୍ୟାଜ୍ ।