ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପରିବାର ପିଲାଙ୍କ ପାଇଁ ସରକାରଙ୍କ ନୂଆ ପଦକ୍ଷେପ : କାର୍ଡରେ ନାଁ ନଥିଲେ କି ଖାଦ୍ୟ ସୁରକ୍ଷା ଆଇନରେ ତାଲିକାଭୁକ୍ତ ହୋଇନଥିଲେ ମିଳିବ ଚିକିତ୍ସା

1,551

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ନୂଆ ଘୋଷଣା । ଏଣିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତଥା ବିଏସକେୱାଇ ଅନ୍ତର୍ଭୁକ୍ତ ପରିବାରର ପିଲା ହୋଇ ରାସନ କାର୍ଡରେ ନାଁ ନଥିଲେ ମଧ୍ୟ ଚିକିତ୍ସାରୁ ବଞ୍ଚିତ ହେବେନି । ଡାକ୍ତରଖାନରେ ଏଣିକି ମାଗଣା ଚିକିତ୍ସା ସେମାନଙ୍କୁ ଯୋଗାଇଦିଆଯିବ । ୫ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଏହି ସୁବିଧା ମିଳିବ । ଖାଦ୍ୟ ସୁରକ୍ଷା ଆଇନ୍ ଡାଟାବେସରେ ମଧ୍ୟ ଯେଉଁମାନଙ୍କ ନାଁ ନାହିଁ ସେମାନଙ୍କ ଚିକିତ୍ସା ମଧ୍ୟ ସହଜରେ ହୋଇପାରିବ । ଅଭିଭାବକ ମାନେ ଉପଯୁକ୍ତ ତଥ୍ୟ ପ୍ରଦାନ କରି ନିଜ ପିଲାଙ୍କ ନାମ ସାମିଲ କରିପାରିବେ । ସ୍ୱାସ୍ଥ୍ୟସଚିବ ଶାଳିନୀ ପଣ୍ଡିତ ଏନେଇ ବିଏସକେୱାଇ ସହ ଜଡିତ ସବୁ ମେଡିକାଲକୁ ଚିଠି ଲେଖି ଅବଗତ କରିଛନ୍ତି ।