କନକ ବ୍ୟୁରୋ: ଡିଫଥେରିଆ ଏକ ବାୟୁଜନିତ ସଂକ୍ରମିତ ରୋଗ, ଯାହାକି ବହୁ ବର୍ଷ ତଳେ ଦେଖା ଦେଇଥିଲା। ଡିପିଟି ଟୀକା ନେଇନଥିବା ସାଧାରଣତଃ ୧୦ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ ଏହା ସଂକ୍ରମିତ କରିଥାଏ। ଯଦିଓ ଏହା ନୂଆ ଭାରିଆଣ୍ଟ ହୋଇଥାଇପାରେ ତଥାପି ଭୟ ନକରି ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଫେସର ଡା. ସୁଚିତ୍ର ଦାସ। ଡିପିଟି ଟୀକା ନେଇ ନଥିବା ଶିଶୁମାନେ ଅଧିକ ସତର୍କ ରହିବା ଆବଶ୍ୟକ । ଏହା ବାୟୁ ମାଧ୍ୟମରେ ନାକ ଓ ଗଳା ଦେଇ ଛାତିକୁ ସଂକ୍ରମଣ କରୁଛି । ତେଣୁ ସଂକ୍ରମିତ ଅଞ୍ଚଳରେ ମାସ୍କ ପରିଧାନ କରିବାକୁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ମେଡିକାଲ ଅଧିକ୍ଷକ ଡାକ୍ତର ସୁଚିତ୍ରା ଦାସ ।
ରାୟଗଡା ଓ କୋରାପୁଟ ଜିଲ୍ଲାରୁ ଡିପଥେରିଆ ରୋଗରେ ସଂକ୍ରମିତ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ୫ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଚିକିତ୍ସାଧିନ ଅବସ୍ଥାରେ ଜୀବନ ହରାଇଛି । ଏହାସହ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଡିଫଥେରିଆ ରୋଗରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି । ଗତ ସପ୍ତାହେ ମଧ୍ୟରେ ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଡଙ୍ଗସିଲ ଅଞ୍ଚଳର ୪ଜଣ ଶିଶୁ ଓ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଅଞ୍ଚଳର ଜଣେ ଶିଶୁ ଡିଫଥେରିଆ ରୋଗର ସଂକ୍ରମିଣରେ ଗୁରୁତର ହେବାରୁ ସେମାନଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ରାୟଗଡା ଜିଲ୍ଲା କାଶିପୁର ଅଞ୍ଚଳର ୧୦ବର୍ଷରୁ କମ ବୟସର ଜଣେ ଶିଶୁ କନ୍ୟା ଗତ ୧୭ ତାରିଖରେ ପ୍ରାଣ ହରାଇଥିଲେ । ସେହିପରି ଗତକାଲି ମଧ୍ୟରାତ୍ରୀରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଅଞ୍ଚଳର ଜଣେ ୧୦ବର୍ଷରୁ କମ ବୟସ୍କ ଶିଶୁ ପୁତ୍ର ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛି । ସେପଟେ ଚିକିତ୍ସାଧିନ ଅନ୍ୟ ତିନି ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ଦେଇଛନ୍ତି ମେଡିକାଲ କର୍ତୃପକ୍ଷ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/17-9.jpg)