ଅକ୍ଟୋବର ମାସରୁ ପିଲାଙ୍କୁ ଦିଆଯିବ କରୋନା ଟିକା , ବିଶ୍ୱର ପ୍ରଥମ ଡିଏନଏ ଟିକା ଜାଇକୋଭି-ଡି ଦିଆଯିବା ନେଇ ସୂଚନା

159

କନକ ବ୍ୟୁରୋ : ବିଶ୍ୱର ପ୍ରଥମ ଡିଏନଏ ଭ୍ୟାକ୍ସିନ ଜାଇକୋଭି-ଡିକୁ ଭାରତରେ ମଞ୍ଜୁରୀ ମଳିଛି । ଏବେ ନୀତି ଆୟୋଗ ମୁଖ୍ୟ ଏନକେ ଅରୋଡା କହିଛନ୍ତି କି ଅକ୍ଟୋବର ମାସରୁ ପିଲାମାନଙ୍କୁ ଟିକା ଦିଆଯିବ । ଏନେଇ ପ୍ରଥମେ ଗୁରୁତ୍ୱର ରୋଗରେ ପୀଡିତ ଥିବା ପିଲାମାନଙ୍କର ଏକ ସୂଚୀ ପ୍ରସ୍ତୁତ କରାଯିବ ଓ ସର୍ବ ପ୍ରଥମେ ସେହି ମାନଙ୍କୁ ଟିକା ଦିଆଯିବ । ରାଜ୍ୟ ସରକାରମାନେ ସ୍କୁଲ ଖୋଲିବାକୁ ତତ୍ପର ହେଉଥିବା ବେଳେ ପ୍ରଥମେ ରାଜ୍ୟସରକାର ୧୨-୧୭ ବର୍ଷର ପିଲାମାନଙ୍କର ଏକ ସୂଚୀ ପ୍ରସ୍ତୁତ କରିବେ । ଏହି ସୂଚୀ ଆଧାରରେ ପିଲାମାନଙ୍କୁ ଟିକା ଦିଆଯିବ ।

ସରକାରୀ ସୂଚାନ ମୁତାବକ ଦେଶରେ ୧୨-୧୭ ବର୍ଷ ମଧ୍ୟରେ ୧୨ କୋଟି ପିଲା ରହିଛନ୍ତି । ୧୮ ବର୍ଷରୁ କମ ବୟସର ଦେଶରେ ୪୪ କୋଟି ପିଲା ରହିଛନ୍ତି । ହେଲେ ନୀତି ଆୟୋଗଙ୍କ ସୂଚନା ମୁତାବକ ପ୍ରଥମେ ଗମ୍ଭୀର ରୋଗରେ ପୀଡିତ ଥିବା ୧୨-୧୭ ବର୍ଷର ପିଲାମାନଙ୍କ ଠାରେ ଏହି ଟିକା ଦିଆଯିବ ।

କହିରଖୁ କି ଜାଇକୋଭି-ଡି ଟିକାକୁ ମଞ୍ଜୁରୀ ମିଳିବା ପରେ ଦେଶରେ ମୋଟ ୬ ଟି ଟିକାକୁ ମଞ୍ଜୁରୀ ମିଳିଛି । କମ୍ପାନୀ ପକ୍ଷରୁ କୁହାଯାଇଛି କି ବର୍ଷକୁ ୧୦୦ ରୁ ୧୨୦ ମିଲିୟନ ଟିକା ପ୍ରସ୍ତୁତ କରାଯିବ । ଅନ୍ୟପଟେ ଏବେ କମ୍ପାନୀ ଟିକା ଷ୍ଟକ କରିବା ଆରମ୍ଭ କରିଦେଇଛି ।