ଭୁବନେଶ୍ୱରରେ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି । ବର୍ଷକର ଶିଶୁପୁତ୍ରକୁ କିଣିଥିବା ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ । 

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରି ଘଟଣା: ଗିରଫ ହେଲେ ବାପା-ଆଈ

କନକ ବ୍ୟୁରୋ: ଭୁବନେଶ୍ୱରରେ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି । ବର୍ଷକର ଶିଶୁପୁତ୍ରକୁ କିଣିଥିବା ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ । ନୟାଗଡରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କଲା ନୟପଲ୍ଲୀ ଥାନା ପୋଲିସ । ଗିରଫ ହୋଇଥିବା ଯୁବକଙ୍କ ନାଁ ହେଉଛି ସ୍ରୀନିବାସ ଜେନା । ଶିଶୁପୁତ୍ରଙ୍କ ମା ଅଭିଯୋଗ କରିବା ପରେ ଗିରଫ କଲା ପୋଲିସ । ତେବେ ଶିଶୁକୁ ବିକ୍ରି କରିଥିବା ବାପା ଏବେ ଫେରାର ଅଛି ।

ଆଇନ ଅନୁସାରେ ଶିଶୁଙ୍କୁ କିଣିବା ବା ବିକିବା ଅପରାଧ । ହେଲେ ନିଜ ପୁଅକୁ ଅନ୍ୟ ହାତରେ ବିକିଦେଲା ସୈତାନ ବାପା । ଶିଶୁ ବିକ୍ରି ହେବା ପରେ ଶିଶୁଟିର ମା ଥାନାରେ ଅଭିଯୋଗ କରିଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe