କନକ ବ୍ୟୁରୋ: ଭୁବନେଶ୍ୱରରେ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି । ବର୍ଷକର ଶିଶୁପୁତ୍ରକୁ କିଣିଥିବା ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ । ନୟାଗଡରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କଲା ନୟପଲ୍ଲୀ ଥାନା ପୋଲିସ । ଗିରଫ ହୋଇଥିବା ଯୁବକଙ୍କ ନାଁ ହେଉଛି ସ୍ରୀନିବାସ ଜେନା । ଶିଶୁପୁତ୍ରଙ୍କ ମା ଅଭିଯୋଗ କରିବା ପରେ ଗିରଫ କଲା ପୋଲିସ । ତେବେ ଶିଶୁକୁ ବିକ୍ରି କରିଥିବା ବାପା ଏବେ ଫେରାର ଅଛି ।
ଆଇନ ଅନୁସାରେ ଶିଶୁଙ୍କୁ କିଣିବା ବା ବିକିବା ଅପରାଧ । ହେଲେ ନିଜ ପୁଅକୁ ଅନ୍ୟ ହାତରେ ବିକିଦେଲା ସୈତାନ ବାପା । ଶିଶୁ ବିକ୍ରି ହେବା ପରେ ଶିଶୁଟିର ମା ଥାନାରେ ଅଭିଯୋଗ କରିଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/01/girl-baby-child.jpg)