ପିଲା ପଢିବେନି ମୋଗଲ ଇତିହାସ । ସିବିଏସଇ ଦ୍ୱାଦଶ ବହିରୁ ବାଦ ପଡିବ କାହାଣୀ

1,266

କନକ ବ୍ୟୁରୋ: ଏଣିକି ସିବିଏସଇ ପିଲା ଆଉ ପଢିବେନି ମୋଗଲ ଇତିହାସ । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ମୋଗଲ ଶାସନ ସମ୍ପର୍କିତ ପାଠ୍ୟକ୍ରମକୁ ବାଦ୍ ଦେବା ପାଇଁ ନିଷ୍ପତି କରିଛି ଏନସିଇଆରଟି । ଦ୍ୱାଦଶ ଶ୍ରେଣୀ ଇତିହାସ ପାଠ୍ୟ ପୁସ୍ତକରୁ ଏହି ପାଠ୍ୟକ୍ରମକୁ ବାଦ ଦେବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ବିଶେଷ କରି ସିବିଏସଇ ଦ୍ୱାଦଶ ଶ୍ରେଣୀରେ ପଢା ଯାଉଥିଲା- ଥିମ୍ସ ଅଫ ଇଣ୍ଡିଆନ ହିଷ୍ଟ୍ରି ପାର୍ଟ-୨ । ଏହି ପୁସ୍ତକରେ ଥିବା କିଙ୍ଗସ ଅଫ୍ କ୍ରୋନିକିଲ୍ସ- ଦି ମୋଗଲ କୋର୍ଟ୍ସ ପାଠ୍ୟକ୍ରମକୁ ହଟାଇ ଦିଆଯାଇଛି । ଏ ନେଇ ଶିକ୍ଷାବିତଙ୍କ ମତ ହେଲା, ପରିବର୍ତ୍ତି ପରିସ୍ଥିତିରେ ମୋଗଲ ଇତିହାସ ସମ୍ପର୍ତିକ ପାଠର ଆଉ କୌଣସି ମୂଲ୍ୟ ନାହିଁ ତେଣୁ ଏଭଳି ନିଷ୍ପତି ସ୍ୱାଗତଯୋଗ୍ୟ ।

ଏନସିଇଆରଟିର ନିଷ୍ପତି ଅନୁସାରେ, ପାଠ୍ୟକ୍ରମରୁ ମୋଗଲ ଇତିହାସକୁ ବାଦ ଦେବା ଓ ଅନ୍ୟ ପାଠ୍ୟପୁସ୍ତକରେ ପରିବର୍ତନ ୨୦୨୩-୨୪ ଶିକ୍ଷାବର୍ଷରୁ ନୂଆ ପାଠ୍ୟକ୍ରମ ଲାଗୁ ହେବ । କେବଳ ଇତିହାସ ବହି ନୁହେଁ, ଅନ୍ୟ କେତେକ ପାଠ୍ୟପୁସ୍ତକରେ ମଧ୍ୟ ପରିବର୍ତନ ଆଣି କିଛି ଅଧ୍ୟାୟକୁ ବାଦ ଦେଇଛି ଏନସିଇଆରଟି ।
-ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀର ମୋଗଲ ଇତିହାସକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯିବ
– ହିନ୍ଦୀ ପାଠ୍ୟ ପୁସ୍ତକରୁ କେତେକ କବିତା ଓ ପାରାଗ୍ରାଫ୍ ବାଦ୍ ଦେବାକୁ ନିର୍ଦ୍ଦେଶ
– ଦ୍ୱାଦଶ ଶ୍ରେଣୀ ନଗର ବିଜ୍ଞାନ ବହିରୁ କେତେକ ପାଠ୍ୟକ୍ରମ ମଧ୍ୟ ବାଦ୍ ଦିଆଯିବ
– ନଗରବିଜ୍ଞାନରୁ ଦୁଇଟି ଅଧ୍ୟାୟ ‘ଆମେରିକାନ ହେଜିମନି ଇନ୍ ୱାର୍ଲ୍ଡ ପିଲିଟିକ୍ସ’ ଓ ‘ଦି କୋଲ୍ଡ ୱାର ଏରା’କୁ ବାଦ୍ ଦିଆଯିବ
– ଦ୍ୱାଦଶ ଶ୍ରେଣୀର ‘ଇଣ୍ଡିଆନ ପଲିଟିକ୍ସ ଆଫ୍ଟର ଇଣ୍ଡିପେଣ୍ଡେନ’ ପୁସ୍ତକରୁ ଦୁଇଟି ଅଧ୍ୟାୟ ବାଦ୍

ସେହିଭଳି ଦଶମ ଓ ଏକାଦଶ ଶ୍ରେଣୀର କେତେକ ପୁସ୍ତକରେ ମଧ୍ୟ ଏନସିଇଆରଟି ପରିବର୍ତନ କରିଛି । ତେବେ ଇତିହାସ ପୃଷ୍ଠାରୁ ମୋଗଲ ସାମ୍ରାଜ୍ୟ ଅଧ୍ୟାୟକୁ ବାଦ୍ ଦିଆଯିବା ଉଚିତ ନୁହେଁ ବୋଲି ଶିକ୍ଷାବିତ ମତ ଦେଇଛନ୍ତି । ଏନସିଇଆରଟିକୁ ଅନୁସରଣ କରୁଥିବା ସିବିଏସଇ ସମେତ ଉତ୍ତରପ୍ରଦେଶ ଓ ଅନ୍ୟ ରାଜ୍ୟର ବୋର୍ଡ ମଧ୍ୟ ସଂଶୋଧିତ ପାଠ୍ୟକ୍ରମ ଅନୁୟାୟୀ ପିଲାଙ୍କୁ ଏବେ ପାଠ ପଢାଇବେ ।