‘କୋମଳମତୀ ଶିଶୁଙ୍କୁ ସ୍କୁଲ ପଠାଅନି’: ଅଭିଭାବକଙ୍କୁ ଭତ୍ସନା କଲେ ସୁପ୍ରିମକୋର୍ଟ

Advertisment
‘କୋମଳମତୀ ଶିଶୁଙ୍କୁ ସ୍କୁଲ ପଠାଅନି’: ଅଭିଭାବକଙ୍କୁ ଭତ୍ସନା କଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ: କୋମଳମତି ଶିଶୁଙ୍କୁ ସ୍କୁଲକୁ ପଠାଇବାର ନିଷ୍ପତ୍ତିକୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଖୁବ୍ କର୍ମ ବୟସରୁ ଶିଶୁଙ୍କ ପାଠପଢା ଆରମ୍ଭ ହେବା କାରଣରୁ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତେଣୁ ଶିଶୁ ମାନଙ୍କୁ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ସୁରକ୍ଷିତ ରଖିବାର ସୁଯାଗ ମିଳିବା ଉଚିତ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଆଜିକାଲି ଶିଶୁଙ୍କୁ ୨ ବର୍ଷ ହେଉଣୁ ସେମାନଙ୍କୁ ସ୍କୁଲ ପଠାଇବା ଟ୍ରେଣ୍ଡ ହୋଇଗଲାଣି । ହେଲେ ଏହା ସେମାନଙ୍କ ମାନସିକ ସ୍ଥିତିକୁ ବିଶେଷ ଭାବେ ପ୍ରଭାବିତ କରୁଛି । ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ବୟସ ବୃଦ୍ଧିକୁ ବିରୋଧ କରି ଆଗତ ଏକ ଯାଚିକା ଉପରେ ବିଚାର କରି ସର୍ବୋଚ୍ଚ କୋର୍ଟ ଏଭଳି କହିଛନ୍ତିି । କମ୍ ବୟସରୁ ପାଠପଢା ଆରମ୍ଭ କରିବା ଦ୍ୱାରା ଶିଶୁ ମାନଙ୍କର ବୌଦ୍ଧିକ ବିକାଶ ଠିକ ଢଙ୍ଗରେ ହୋଇନଥାଏ । ଜଷ୍ଟିସ୍ ସଞ୍ଜୟ କିଶାନ କୌଲ ଏବଂ ଏମ.ଏମ.ସୁଦର୍ଶନଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଥିଲେ ।

ମାର୍ଚ୍ଚ ୧୧ ତାରିଖରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଚ୍ୟାଲେଞ୍ଜ କରି କିଛି ଅଭିଭାବକ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିସନ ବୟସକୁ ୬ ବର୍ଷ କରିଦେଇଥିଲେ । ଆଡମିସନର ୪ ଦିନ ପୂର୍ବରୁ ଏପରି କରିବାକୁ ନେଇ ବିରୋଧ କରିଥିଲେ ଅଭିଭାବକ । କେଉଁ ବୟସରୁ ପାଠପଢା ଆରମ୍ଭ ହେବା ଉଚିତ ଏହା ସମ୍ପର୍କରେ ଏକ ରିପୋର୍ଟ ରହିଛି । ଅଭିଭାବକ ମାନେ ଏହି ଗାଇଡଲାଇନ୍ ପାଳନ କରିବା ଆବଶ୍ୟକ ବୋଲି କୋର୍ଟ କହିଥିଲେ । ପୂର୍ବରୁ ଆଡମିଶନ୍ ପାଇଁ ୫ ବର୍ଷ ସର୍ବନିମ୍ନ ବୟସ ଥିବାବେଳେ କୋର୍ଟ ଏହାକୁ ୬ ବର୍ଷକୁ ପରିବର୍ତ୍ତନ କରିଥିଲେ ସୁପ୍ରିମକୋର୍ଟ । ୨୧ ଟି ରାଜ୍ୟ ଏହାକୁ ମାନି ନେଇଥିବାବେଳେ ଜାତୀୟ ଶିକ୍ଷାନୀତିକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଦାଖଲ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe