ପ୍ରେରଣା ଯୋଗାଇଲା ମଧୁବାବୁଙ୍କ କବିତା...ବୟସରେ ସାନ ହେଲେ କାମ ତାଙ୍କ ମହାନ...କୁନି କୁନି ହାତରେ କୋଡି କୋଦଳ ଧରି ଗାଁ ରାସ୍ତା ସମତୁଲ କଲେ ଛାତ୍ରଛାତ୍ରୀ

Advertisment
ପ୍ରେରଣା ଯୋଗାଇଲା ମଧୁବାବୁଙ୍କ କବିତା...ବୟସରେ ସାନ ହେଲେ କାମ ତାଙ୍କ ମହାନ...କୁନି କୁନି ହାତରେ କୋଡି କୋଦଳ ଧରି ଗାଁ ରାସ୍ତା ସମତୁଲ କଲେ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ହେଲା ଦଶହରା ଛୁଟି ବେଳ । ପିଲାଟି ସଭିଙ୍କି କଲା ମେଳ । ମାଟି ଗୋଡି ବାଲି ପକାଇ ସଭିଏଁ ଗାଁ ମାଟି କଲେ ସମତୁଲ...। ମଧୁବାବୁଙ୍କ ବାଲ୍ୟ ଜୀବନକୁ ନେଇ ଏମିତି କବିତାଟିଏ ରହିଛି । ଯାହାକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଇଛି । କିନ୍ତୁ ପୁସ୍ତକରେ ଥିବା ଏହି କେତୋଟି ପଂକ୍ତିରେ ଅନୁପ୍ରାଣିତ ହୋଇ ବାସ୍ତବ ଜୀବନରେ ତାହା କରି ଦେଖାଇଛନ୍ତି କୁନି କୁନି ଛାତ୍ର । ତାହା ପୁଣି ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ଅଂଚଳର ପିଲା ।

publive-image

ମାଲକାନଗିରି ବ୍ଲକ ସିନ୍ଧ୍ରିମାଳ ପଂଚାୟତ ଅନ୍ତର୍ଗତ ଦୋରାଗୁଡା ଗାଁ । କୌଣସି ଦୁର୍ଗମ ଅଂଚଳ ହୋଇ ନଥିବା ବେଳେ ଜିଲ୍ଲା ସଦର ମହକୁମାଠାରୁ ମାତ୍ର କିଛି କିଲୋମିଟରରେ ଦୂରରେ ରହିଛି । ଗାଁ ପର୍ଯ୍ୟନ୍ତ ଲମ୍ବିଛି ଗୋଟଏ କଂକ୍ରିଟ ରାସ୍ତା । କିନ୍ତୁ ଲଗାଣ ବର୍ଷା ସାଙ୍ଗକୁ ମରାମତି ଅଭାବରୁ କିଛି ସ୍ଥାନରେ ବଡ ବଡ ଗାତ ସବୁ ହୋଇଯାଇଛି । ତେଣୁ ଯାତାୟତ ସମୟରେ ସମସ୍ୟା ସୃଷ୍ଟି କରୁଥିଲା । ଆଉ ଏହି ସମସ୍ୟାର ସଂପର୍କରେ କାହାକୁ ଜଣାଇବେ ଜାଣିପାରିନଥିଲେ ଏହି କୁନି କୁନି ପିଲାମାନେ । ସେଥିପାଇଁ ନିଜେ ଭୋଗୁଥିବା ସମସ୍ୟାର ସମାଧାନ ନିଜେ କରିବାକୁ ନିଷ୍ପତି ନେଇଥିଲେ ଏମାନେ । ସେଥିପାଇଁ ସକାଳୁ ସକାଳୁ ସ୍କୁଲକୁ ବାହାରିଥିବା ସମୟରେ କିଛି ଛାତ୍ର ଘରୁ କୋଦାଳ ଧରି ବାହାରିଥିଲେ ଆଉ ଲାଗି ପଡିଥିଲେ ରାସ୍ତା କଡରୁ ମାଟି ଖୋଳି ଗାତଗୁଡିକୁ ପୋତିବାରେ । ତେବେ କୁନି କୁନି ହାତରେ ଏତେ ବଡ ବଡ କାମ, ସତରେ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ବେଶ୍ ପ୍ରଭାବିତ କରିଥିଲା । ଆଉ କୌଣସି କଥାକୁ ଖାତିର ନକରି ରାସ୍ତାକୁ ସମତୁଲ କରିବା ଲକ୍ଷ୍ୟରେ ସମସ୍ତେ ଲାଗିପଡିଥିଲେ । ଏବଂ ମାଟି ପଡି ସମତୁଲ ହୋଇଥିବା ରାସ୍ତା ଉପରକୁ କେହି ପଥଚାରି ଯଦି ଚାଲି ଆସୁଥିଲେ ତେବେ କୁନି କୁନି ପାଟିରୁ ଶୁଣିବାକୁ ମିଳୁଥିଲା ତାଗିଦ୍ ।

publive-image

ସଭିଏଁ ମନ ପ୍ରାଣ ଧ୍ୟାନ ଦେଇ ଲାଗିପଡିଥିଲେ ଅସଜଡା ରାସ୍ତାକୁ ସଜାଡିବା କାମରେ । ତେବେ ଛୋଟ ବେଳୁ ପିଲାଙ୍କ ଏଭଳି ମାନସିକତା ଆଗକୁ ବଡ ମଣିଷ ହେବାର ଲକ୍ଷଣକୁ ପରିପ୍ରକାଶ କରିବା ସହ ଶିକ୍ଷକଙ୍କ ପ୍ରେରଣା ଏବଂ ଜଣେ ଭଲ ମଣିଷ ହେବାର ନିର୍ଦ୍ଦେଶକୁ ପିଲାମାନେ ଠିକ୍ ଠିକ୍ ପାଳନ କରୁଥିବା ଏହି ଘଟଣାରୁ ସ୍ପଷ୍ଟ ରୂପେ ବାରିହେଉଛି । ତେବେ ସେ ଯାହା ହେଉନା କାହିଁକି କୁନି ବୟସରେ ପିଲାଙ୍କ ଏଭଳି ମନୋଭାବକୁ ସାଧାରଣରେ ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe