କନକ ବ୍ୟୁରୋ : ହିନ୍ଦୁ ଯୌଥ ପରିବାରର ସମ୍ପତି ଭାଗବଣ୍ଟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ଏଣିକି ଅବୈଧ ବିବାହରୁ ଜନ୍ମିତ ପିଲାମାନେ ବି ପିତା-ମାତାଙ୍କ ପୈତୃକ ସମ୍ପତିରୁ ଭାଗ ପାଇପାରିବେ । ପୂର୍ବରୁ ଅବୈଧ ବିବାହରୁ ଜନ୍ମିତ ପିଲା କେବଳ ପିତା-ମାତାଙ୍କ ସ୍ୱ-ଅର୍ଜିତ ସମ୍ପତିରୁ ଭାଗ ପାଉଥିଲେ । ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ସେମାନଙ୍କୁ ପୈତୃକ ସମ୍ପତିର ଉତରାଧିକାରୀ ଭାବେ ଆଇନଗତ ମାନ୍ୟତା ମିଳିଛି ।

Advertisment

ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଏହା କେବଳ ଅଭିବାଜିତ ହିନ୍ଦୁ ପରିବାରର ସମ୍ପତି ଭାଗବଣ୍ଟାରେ ଲାଗୁ ହେବ । ହିନ୍ଦୁ ମ୍ୟାରେଜ ଆକ୍ଟର ଧାରା ୧୬ର ଉପଧାରା ୩ରେ ପରିସୀମା ବଢିଛି । ଦୀର୍ଘ ୧୧ ବର୍ଷ ପରେ ଏହି ମାମଲାର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାରଦିବାଲା, ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି ।