୨ରୁ ୧୮ବର୍ଷ ବୟସର ପିଲାଙ୍କୁ କେବେଠୁ ଦିଆଯିବ କରୋନା ଟିକା? ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Advertisment
୨ରୁ ୧୮ବର୍ଷ ବୟସର ପିଲାଙ୍କୁ କେବେଠୁ ଦିଆଯିବ କରୋନା ଟିକା? ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଗତକାଲି ୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କୁ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକାକୁ ବିଶେଷଜ୍ଞ କମିଟି ମଂଜୁରି ଦେଇଥିଲେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ଗଠିତ ଟିକା ବିଶେଷଜ୍ଞ କମିଟି ପିଲାଙ୍କ ପାଇଁ କୋଭାକ୍ସିନକୁ ନିରାପଦ ଦର୍ଶାଇବା ସହ ଏହାକୁ ମଞ୍ଜୁରୀ ଦେଇଥିବାରୁ ଏଣିକି ପିଲାମାନଙ୍କୁ ଟିକା ଦେବା ପାଇଁ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି। ଏମଧ୍ୟରେ ରାଜ୍ୟରେ କେବେ ୧୮ବର୍ଷରୁ କମ ପିଲାଙ୍କୁ ଟିକା ଦିଆଯିବ ସେନେଇ ପ୍ରଶ୍ନ କରାଯିବା ପରେ ଏହାର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର।

ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଓ ଟିକା ଆସିଲେ ୨ରୁ ୧୮ବର୍ଷ ପିଲାଙ୍କୁ ଟିକା ଦିଆଯିବା କାମ ଆରମ୍ଭ ହେବ।  ଆମେ ଶିଶୁଙ୍କୁ ଡିପିଟି ଓ ପୋଲିଓ ସବୁବେଳେ ଦେଉଛୁ। ତେଣୁ ଆମ ପାଖରେ ଟିକା ଦେବାକୁ ଲୋକଙ୍କ ଅଭାବ ନାହିଁ। ଭିତ୍ତିଭୂମିରେ ମଧ୍ୟ କୌଣସି ଆସୁବିଧା ନାହିଁ। ତେଣୁ ଟିକା ଆସିଲେ ସଙ୍ଗେ ସଙ୍ଗେ ଟିକାକରଣ ଆରମ୍ଭ ହେବ। କେନ୍ଦ୍ର ସରକର ଏନେଇ କୌଣସି ଗାଇଡଲାଇନ ଜାରି କରିନାହାନ୍ତି। ଗାଇଡଲାଇନ ଆସିବା ପରେ ଆମେ ସେହି ଅନୁସାରେ କାମ କରିବୁ।

ଏହା ସହ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ନେଇ ସେ କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ବଢିବାଟା ନିଶ୍ଚିତ ଭାବେ ଉଦ୍ବେଗଜନକ। ଭୁବନେଶ୍ୱରରେ ଲୋକେ କଟକଣା ନ ମାନି ଭିଡ଼ ଜମାଇବା ଯୋଗୁ ସଂକ୍ରମଣ ବଢୁଛି। ଆଗକୁ ଅଧିକ ସଂକ୍ରମଣ ହେଲେ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ। ଲୋକେ ସତର୍କ ରହିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ମାନିବା ଜରୁରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe