ଶିକ୍ଷା ବିଭାଗ ନିର୍ଦ୍ଦେଶକୁ ବିରୋଧ । ସ୍କୁଲ ବନ୍ଦ ନକରିବାକୁ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ପିଲା ଓ ଅଭିଭାବକ ।

174

କନକ ବ୍ୟୁରୋ: ସ୍କୁଲ ଫାଟକରେ ପଡିଛି ତାଲା । ବିଦ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଆଉ ତାଙ୍କ ସହ ସାମିଲ ହୋଇଛନ୍ତି ଅଭିଭାବକ ମାନେ । । ଏହିଭଳି ଖବର ଆସିଛି ଭୋଗରାଇ ମହମ୍ମଦପୁର ମୁକୁଳେଶ୍ୱର ବିଦ୍ୟାଳୟରେ । ଗାଁରେ ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ବ୍ୟବସ୍ଥା । ସ୍କୁଲ ଅଛି, ପିଲା ବି ଅଛନ୍ତି । ହେଲେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ । ଚଳିତ ବର୍ଷ ଷଷ୍ଠ ଶ୍ରେଣୀରେ ୨୨ଜଣ ଓ ସପ୍ତମ ଶ୍ରେଣୀରେ ୧୭ ଜଣ ପିଲା ପଢୁଛନ୍ତି । ହେଲେ ବିଦ୍ୟାଳୟରେ ପିଲା ପଢିବାକୁ ଚାହୁଁଥିବା ବେଳେ ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ଯାହାର ପ୍ରତିବାଦ କରିବା ସହ ଧାରଣାରେ ବସିଛନ୍ତି ପିଲା ଓ ଗାଁର ଲୋକମାନେ ।

କେବଳ ପରୀକ୍ଷା ଯୋଗୁ କିଛି ଦିନ ପାଇଁ ବିଦ୍ୟାଳୟଟି ଖୋଲା ରହିଛି । ଏହା ଏକ ଅନୁଦାନପ୍ରାପ୍ତ ବିଦ୍ୟାଳୟ ହୋଇଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ସହ ଜଣେ ସହାକରୀ ଶିକ୍ଷକ ଥିଲେ ଅବସର ନେଇ ସାରିଛନ୍ତି । ୨ ଜଣ ଶିକ୍ଷକ ଡେପୁଟେସନରେ ଆସି ପାଠ ପଢାଉଥିବା ବେଳେ ଏବେ ସ୍କୁଲ ସବୁିଦିନ ପାଇଁ ବନ୍ଦ କରିଦିଆଯିବ । ଯାହାର ବିରୋଧ କରାଯିବା ସହିତ ସ୍କୁଲ ଖୋଲିବାକୁ ଦାବିରେ ବସିଛନ୍ତି ପିଲା ଓ ଅଭିଭାବକ । ଶିକ୍ଷା ବିଭାଗ ନେଇଥିବା ନିଷ୍ପତିକୁ ରଦ୍ଦ କରିବା ସହ ଗାଁରେ ଥିବା ବିଦ୍ୟାଳୟକୁ ଶିକ୍ଷକ ନିଯୁକ୍ତି କରାଯାଇପାରିଲେ ପିଲାମାନେ ବେଶ ଉପକୃତ ହୋଇପାରିବ ।