କିଏ ଚୋରିକଲା ମୋ ଛୁଆକୁ? ଆଶାକର୍ମୀର ଅଭିନୟ କରି ଏସସିବିରୁ ଛୁଆ ଚୋରାଇ ନେଲେ ମହିଳା

39

କନକ ବ୍ୟୁରୋ : କଟକ ଏସସିବିରେ କୋକୁଆ ଭୟ । ଆଶାକର୍ମୀର ଅଭିନୟ କରି ମହିଳା ପିଲା ଚୋରି କରିଥିବା ଅଭିଯୋଗ ଆସିବା ପରେ ଏଭଳି ଭୟ ସୃଷ୍ଟି ହୋଇଛି । ଆଉ ବାରମ୍ବାର ପିଲା ଚୋରି ହେଉଥିବା କଥାକୁ ସ୍ୱୀକାର କରିଛନ୍ତି ମେଡିକାଲ୍ କର୍ତୃପକ୍ଷ । ପ୍ରଶ୍ନ ଉଠୁଛି ଏସ୍ସିବିରେ କଣ ସଙ୍କଟରେ ଶିଶୁଙ୍କ ସୁରକ୍ଷା ।

ଢେଙ୍କାନାଳ କଙ୍କଡାହାଡ ଅଂଚଳର ପ୍ରମୋଦ ପତିଙ୍କ ସ୍ତ୍ରୀ ମଙ୍ଗଳବାର ଦିନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ବୁଧବାର ଦିନ ଜଣେ ମହିଳା ନିଜକୁ ଆଶାକର୍ମୀର ପରିଚୟ ଦେଇ ଶିଶୁକୁ ଟିକାକରଣ କରାଇ ଦେବା ନାଁରେ ନେଇଯାଇଥିଲେ । ଦୀର୍ଘ ସମୟ ବିତିବା ପରେ ମହିଳା ଜଣକ ନଫେରିବାରୁ କିଛି ଅଘଟଣ କଥା ଚିନ୍ତା କରି ପରିବାର ଲୋକେ ମଙ୍ଗଳାବାଗ ଥାନାରେ ଶିଶୁ ଚୋରି ନେଇ ଅଭିଯୋଗ କରଥିଲେ ।

ତେବେ କଟକ ଏସସିବିରେ ବାରମ୍ବାର ଏପରି ଶିଶୁ ଚୋରୀ ଘଟଣା ଘଟୁଥିବା ବେଳେ ଏଠାରେ ଏକ ବଡଧରଣର ର୍ୟାକେଟ କାମ କରୁଥିବା ସନ୍ଦେହ ଦେଖାଦେଇଛି । ଆଉ ରାଜ୍ୟର ସବୁଠାରୁ ବଡ ହସ୍ପିଟାଲରେ ଶିଶୁଙ୍କ ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –