କନକ ବ୍ୟୁରୋ : ସମ୍ବଲପୁରରେ ମା’ କୋଳରୁ ଚୋରି ହୋଇଯାଇଥିବା ଶିଶୁପୁତ୍ରର ପତା ପାଉନି ପୁଲିସ । ଡାକ୍ତରଖାନା ଭିତରୁ ଜଣେ ମହିଳା ମା’ କୋଳରୁ ପିଲାଟିକୁ ଚୋରି କରି ନେଇଯିବାର ୪୮ ଘଂଟା ପରେ ବି ଅଭିଯୁକ୍ତର ଟେର୍ ପାଉନି ସମ୍ବଲପୁର ସଦର ଥାନା ପୁଲିସ । ପୁଅକୁ ଫେରି ପାଇବା ଆଶାରେ ମେଡିକାଲରେ ପଡି ରହିଛନ୍ତି ମା ଓ ପରିବାର ଲୋକ ।
ପୁଲିସ ଶିଶୁପୁତ୍ରର ଉଦ୍ଧାର ପାଇଁ ସମ୍ବଲପୁର ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ପୁଲିସର ଏକ ଟିମ୍ ଜିଲ୍ଲା ବାହାରକୁ ଯାଇ ଛାନଭିନ୍ ଜାରି ରଖିଥିବା ସୂଚନା ମିଳିଛି । ସମ୍ବଲପୁର ସଦର ଡାକ୍ତଖାନାରେ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ରାତି ଅଧରେ ଏକ ଶିଶୁପୁତ୍ରକୁ ତାର ମା’ ପାଖରୁ ଜଣେ ଅଜଣା ମହିଳା ଚୋରି କରି ନେଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-26-12h12m00s112.png)