କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣା : କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି କରାଯିବ ଡିଏନଏ ଟେଷ୍ଟ

Advertisment
କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣା : କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି କରାଯିବ ଡିଏନଏ ଟେଷ୍ଟ

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣାରେ ଆଜି ହେବ ଡିଏନ୍ଏ ଟେଷ୍ଟ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଡିଏନଏ ଟେଷ୍ଟ କରାଯିବ । କ୍ୟାପିଟାଲ ଥାନା ପୋଲିସ କୋର୍ଟରେ ପୂର୍ବରୁ ଆବେଦନ କରିଥିବା ବେଳେ ଏନେଇ ସବୁଜ ସଙ୍କେତ ମିଳିଛି । ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳ, ତାଙ୍କ ପତ୍ନୀ ଓ ଶିଶୁର ସାମ୍ପଲ ଆଜି ସଂଗ୍ରହ କରାଯିବ ।

ରିପୋର୍ଟ ମିଳିବା ପରେ ସତ୍ୟାସତ୍ୟ ପଦାକୁ ଆସିବ । ସେପଟେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଡାକ୍ତରୀ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ଝିଅ ଜନ୍ମ ହୋଇଥିବା କଥା ମା’ ମାନୁଥିବା ବେଳେ ବାପା କିନ୍ତୁ ମାନିବାକୁ ନାରାଜ । ଘଟଣାରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ କାର୍ଯ୍ୟରେ ଅବହେଳା ଦର୍ଶାଇ ମହିଳା ଆଟେଣ୍ଡାଂଟକୁ ନିଲମ୍ବିତ କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe