ଦୁନିଆରେ ବଢୁଛି ଶିଶୁଙ୍କ ଉପରେ ଯୌନ ନିର୍ଯାତନା: ପ୍ରତି ଶହେରେ ୭ଜଣ ଶିଶୁଙ୍କୁ ଦିଆଯାଉଛି ନିର୍ଯାତନା

90

କନକ ବ୍ୟୁରୋ: ଦୁନିଆରେ ବଢୁଛି ଶିଶୁଙ୍କ ପ୍ରତି ନିର୍ଯ୍ୟାତନା । ବିଶେଷ କରି ଶିଶୁମାନଙ୍କ ସହ ସବୁଠୁ ବେଶୀ ଯୌନ ନିର୍ଯ୍ୟାତନା ହେଉଛି । ଏବେ ଏହି ଚିନ୍ତାଜକନ କଥା କହିଛି ଅର୍ନ୍ତରାଷ୍ଟ୍ରୀୟ ଅପରାଧିକ ପୁଲିସ ସଂଗଠନ ବା ଇଂଟରପୋଲ । ଇଂଟରପୋଲର ସିକ୍ୟୁରିଟି ଜେନେରାଲ ଜର୍ଗନ ଷ୍ଟକ ସୋମବାର ଏହି ବୟାନ ଦେଇଛନ୍ତି । ଅର୍ନ୍ତଜାତୀୟ ଚାଇଲ୍ଡ ସେକସୁଆଲ ଏକ୍ସପ୍ଲୟଟେସନ ଡାଟାବେସରୁ ଏହି ସାଂଘାତି ତଥ୍ୟ ସାମ୍ନାକୁ ଆସିଛି । ପ୍ରତିଦିନ ୧୦୦ଜଣଙ୍କ ଭିତରେ ହାରାହାରି ୭ଜଣ ଶିଶୁ ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଦୁନିଆରେ ସବୁଠୁ ଅଧିକ ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି ଶିଶୁ । ଏଥିସହ ସେ କହିଛନ୍ତି ବି ବାସ୍ତବିକ ଦୁନିଆ ସହ ଭର୍ଚୁଆଲ ଦୁନିଆରେ ମଧ୍ୟ ହିଂସା ବୃଦ୍ଧି ପାଛି । ଏହାଯୋଗୁଁ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ବଡ ପ୍ରଭାବ ପଡୁଛି ।