କନକ ବ୍ୟୁରୋ : ନବଜାତ ଶିଶୁ କନ୍ୟାକୁ ବିକ୍ରି କଲେ ବାପା ମା । କେନ୍ଦ୍ରାପଡାରେ ଏକ ନର୍ସିଂ ହୋମରେ ଶିଶୁ କନ୍ୟା ବିକ୍ରି ହୋଇଥିବା ଅଭିଯୋଗ ହୋଇଛି । ୯ ହଜାର ଟଙ୍କାରେ ପିଲା ବିକ୍ରି ହୋଇଥିବା ଜଣାପଡିଛି । ତେବେ ମେଡିକାଲରେ ଚିକିତ୍ସା ପରେ ଦେବାକୁ ଅର୍ଥ ନଥିବାରୁ ପିଲା ବିକ୍ରି ପାଇଁ ବାଧ୍ୟ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ପରେ ପୁଲିସ ଏହି ଘଟଣାରେ ଆଶା କର୍ମୀ ଓ ନର୍ସିହୋମର ଜଣେ କର୍ମଚାରୀଙ୍କୁ ଅଟକ ରଖିଛି ।