ଯବାନଙ୍କ ପାଇଁ ସୁରକ୍ଷା କବଚ ନିର୍ମାଣ କରି ଶିଶୁ ବୈଜ୍ଞାନିକ ଦେଖାଇଲେ କମାଲ : ନକ୍ସଲଙ୍କୁ ନାକେଦମ କରିବ ଆଣ୍ଟି-ଲ୍ୟାଣ୍ଡମାଇନ୍ ରୋବୋଟ

51

ବସ୍ତର ନକ୍ସଲ ପ୍ରଭାବିତ ଅଂଚଳରେ ନକ୍ସଲମାନେ ଯେତେବେଳେ ଯବାନଙ୍କୁ ଲ୍ୟାଣ୍ଡମାଇନରେ ଉଡେଇବା ଆରମ୍ଭ କଲେ, ସେତେବେଳେ ଶିଶୁ ବୈଜ୍ଞାନିକ ବମ୍ ଡିଫ୍ୟୁଜ୍ କରିବା ଓ ଯବାନଙ୍କ ପାଇଁ ସୁରକ୍ଷା କବଚ ଭାବେ ଆଣ୍ଟି- ଲ୍ୟାଣ୍ଡମାଇନ୍ ରୋବୋଟ ଆବିଷ୍କାର କଲେ ।

ଏହାର ବିଶେଷତ୍ୱ ହେଉଛି କି ଯେକୈାଣସି ପରିସ୍ଥିତିରେ ବମ୍ କୁ ଡିଫ୍ୟୁଜ୍ କରିବା । ୪ ମାସର କଠିନ ପରିଶ୍ରମ ପରେ ଶିଶୁ ବୈଜ୍ଞାନିକ ଆଣ୍ଟି – ଲ୍ୟାଣ୍ଡମାଇନ୍ ରୋବୋଟ୍ ନିର୍ମାଣ କରିଛନ୍ତି । ଆଣ୍ଟି–ଡିଟେକ୍ଟର ରୋବୋଟ୍ ଜରିଆରେ ମାଟିି ଭିତରେ ଲୁଚି ରହିଥିବା ଲୁହାର ବସ୍ତୁ ସହିତ ବାରୁଦ୍ ଓ ଗୁଳିର ଭଲରେ ଖୋଜି ବାହାର କରେ ।

ରୋବୋଟ୍ ରେ ଏକ ବିଶେଷ ପ୍ରକାରର ସେନ୍ସର ଲଗାଯାଇଛି, ଯାହା ୨୦୦ ମିଟର ଦୂରରୁ ମାଟି ଭିତରେ ୬ରୁ ୭ ମିଟର ଗଭୀରରେ ଲୁଚି ରହିଥିବା ବାରୁଦ ସହିତ ଅନ୍ୟ ବିସ୍ଫୋଟକ ସାମଗ୍ରୀର ବହୁତ ସହଜରେ ଡିଟେକ୍ଟ କରେ । ରୋବୋଟ୍ ଲ୍ୟାଣ୍ଡମାଇନର ପ୍ରଥମେ ସୂଚନା ଦେବ । ତା’ପରେ ବମ୍ ଡିଫ୍ୟୁଜ୍ କରିବାକୁ ଚେଷ୍ଟା ଆରମ୍ଭ କରିବ । ୨୦-୨୫ ମିନିଟ୍ ଅନ୍ତରାଳରେ ଲ୍ୟାଣ୍ଡମାଇନକୁ ସହଜରେ ନଷ୍ଟ କରି ପୁଣି ଫେରି ଆସିବ ।

ଆଣ୍ଟି- ଲ୍ୟାଣ୍ଡମାଇନ୍ ମେଟାଲ ଡିଟେକ୍ଟରର ମୂଲ୍ୟ ବଜାରରେ ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ । ଶିଶୁ ବୈଜ୍ଞାନିକ ଏହାକୁ ପାଖାପାଖି ୬ ହଜାର ଟଙ୍କାରେ ନିର୍ମାଣ କରିଛନ୍ତି । ରୋବୋଟକୁ ଚଲାଇବା ପାଇଁ ଡିସବୋର୍ଡ, ମାଇକ୍ରୋ କଣ୍ଟ୍ରୋଲର ପ୍ରୋସେସର, ୪ ଡିସି ମିଟର, ଦୁଇ ୟୁ ସେପ୍ ଏବଂ ଦୁଇ ଏଲ୍ ସେପ୍ ପ୍ୟାନେଲ ଏବଂ ଡିଆଇବି ରୋବୋଟିକ୍ କିଟର ବ୍ୟବହାର କରାଯାଇଛି ।