କନକ ବ୍ୟୁରୋ : କୁହାଯାଏ ନିଜ ସନ୍ତାନକୁ ଜୀବନଠୁ ଅଧିକ ଭଲ ପାଇଥାନ୍ତି ବାପା ମା’ । ଓଳିଏ ଖାଇ ଓଳିଏ ଭୋକିଲା ରହିଲେ ମଧ୍ୟ ନିଜ ପିଲା ମୁହଁରେ ହସ ଫୁଟାଇଥାନ୍ତି । କିନ୍ତୁ ଢ଼େଙ୍କାନାଳରୁ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାର ଭିତରେ ଦେଢ଼ ବର୍ଷର ଶିଶୁ କନ୍ୟାକୁ ଛାଡି ଗାଏବ ହୋଇଗଲେ ବାପା-ମାଆ ।
କୁନି ଝିଅଟି ଅଣନିଶ୍ୱାସୀ ହୋଇ ଗାଡିର କାଚ ପିଟିବାରୁ ଲୋକମାନେ କାଚ ଭାଙ୍ଗି ପିଲାଟିକୁ ଉଦ୍ଧାର କରିଛନ୍ତି । ଝିଅଟିକୁ ଉଦ୍ଧାର ପରେ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ଏବଂ ରାସ୍ତା ଉପରେ କଟକ ନମ୍ବର ଥିବା ମାରୁତି ସୁଜୁକି କାରଟି ରଖାଯାଇଛି । ଏପରି ବେପରୁଆ କାର୍ଯ୍ୟ ପାଇଁ ବାପାମାଆଙ୍କୁ ନିନ୍ଦା କରିଛନ୍ତି ଉଦ୍ଧାର କରିଥିବା ଲୋକେ । ତେବେ କିଛି ସମୟ ପରେ ପିଲାଟିର ବାପା ଫେରିଥିଲେ ମଧ୍ୟ ନିଜର ଚିକିତ୍ସା ପାଇଁ ଅଳ୍ପ ସମୟ ପାଇଁ ଯାଇଥିଲେ ବୋଲି କହିଛନ୍ତି । ପୂର୍ବରୁ ଦୀଘାରେ ମଧ୍ୟ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/CHILD.jpg)