ଚୋରି ହେବାର ୨୪ଘଣ୍ଟା ପରେ ଶିଶୁକନ୍ୟା ଉଦ୍ଧାର । ଚିକିତ୍ସାଳୟରୁ ହୋଇଥିଲା ଚୋରି, ଜଙ୍ଗଲରୁ ହେଲା ଉଦ୍ଧାର ।

179

କନକ ବ୍ୟୁରୋ : ଉଦ୍ଧାର ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ଶିଶୁ କନ୍ୟା । ଅର୍ଜୁନପୁର ଜଙ୍ଗଲରୁ ଶିଶୁକନ୍ୟା ଉଦ୍ଧାର କରି ହସ୍ପିଟାଲ ଆଣିଲା ପୁଲିସ । ସୂଚନା ଅନୁସାରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା ।

ଚୋରି ହେବାର ୨୪ଘଂଟା ପରେ ଶିଶୁକନ୍ୟା ଉଦ୍ଧାର । ଚିକିତ୍ସାଳୟରୁ ହୋଇଥିଲା ଚୋରି, ଜଙ୍ଗଲରୁ ହେଲା ଉଦ୍ଧାର । ସୁୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପିଲା ଚୋରି ହେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହେବା ପରେ, ଆଜି ଶିଶୁ କନ୍ୟାକୁ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଚୋରି ହେବାର ପ୍ରାୟ ୨୪ ଘଂଟା ପରେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ନବଜାତକର ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ଥିର ଥିବା ସୂଚନା ମିଳିଛି ।

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ସନ୍ତୋଷିନୀ ତାଣ୍ଡି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶଯ୍ୟା ଅଭାବରୁ ମା ଓ ଶିଶୁ ଉଭୟ ୱାର୍ଡର ବାରଣ୍ଡାରେ ଆଶ୍ରୟ ନେଇ ଚିକିତ୍ସିତ ହେଉଥିଲେ । ସନ୍ତୋଷିନୀଙ୍କ ସହିତ ତାଙ୍କ ଶାଶୁ ମଧ୍ୟ ରହିଥିଲେ ।

ସକାଳୁ ସନ୍ତୋଷିନୀ ଶୌଚ ପାଇଁ ଯାଇଥିବା ବେଳେ ଜଣେ ଅଜଣା ମହିଳା ତାଙ୍କ ଶାଶୁଙ୍କ ନିକଟକୁ ଆସି ଛୁଆକୁ ଟିକା ଦେବାକୁ କହି ନେଇଯାଇଥିଲେ । କିଛି ସମୟ ଅପେକ୍ଷା କରିବା ପରେ ଖୋଜାଖୋଜି କରିବାରୁ ନମିଳିବାରୁ ଶିଶୁ ଚୋରି ହୋଇଥିବା ଅଭିଯୋଗ କରିଥିଲେ । ବାରମ୍ବାର ଶିଶୁ ଚୋରି ହେଉଥିବା ଅଭିଯୋଗ ଆସୁଛି । ହେଲେ, ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ସଫଳ ହୋଇପାରିନାହାଁନ୍ତି କର୍ତୁପକ୍ଷ । ତେବେ ଏହି ଶିଶୁ କନ୍ୟାକୁ ସୁରକ୍ଷିତ ଉଦ୍ଧାର ହେବା ପରିବାର ପାଇଁ ଖୁସି ଆଣି ଦେଇଛି ।