ପଥର ସନ୍ଧିରେ ଫସିଲା ଶିଶୁର ଗୋଡ଼ । ବୌଦ୍ଧ ବୁରୁବୁଡା ଗାଁରେ ଗାଧୋଇବାକୁ ଯାଇଥିବା ବେଳେ ଝରଣା ପଥର ସନ୍ଧିରେ ଫସିଯାଇଥିଲା ୫ ବର୍ଷ ଶିଶୁର ଗୋଡ଼, ୨ ଘଂଟାର ଉଦ୍ୟମ ପରେ ଶିଶୁ ଉଦ୍ଧାର ।

206

କନକ ବ୍ୟୁରୋ: ପଥର ଫାଙ୍କରେ ଫସିଲା କୁନି ପିଲା । ବୌଦ୍ଧ ପୁରୁଣାକଟକ ଥାନା ବୁରୁବୁଡା ଗାଁରେ ପାଣିର ପଥର ସନ୍ଧିରେ ୫ ବର୍ଷର କୁନିଶିଶୁ ଫସିଯାଇଥିଲା । ୨ ଘଂଟା ଧରି ଉଦ୍ୟମ ପରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଛି । ଆଜି ସକାଳୁ ଗାଁର କିଛି ପିଲାଙ୍କ ସହ ଗାଧୋଉଥିବା ସମୟରେ ଶିଶୁଟି ପଥର ଫାଙ୍କରେ ଫସିଯାଇଥିଲା । ପରେ ସାଂଗମାନେ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ଓଡ୍ରାଫ ଟିମ ପହଚିଂ ଉଦ୍ଧାର କରିଥିଲା ।

ତେବେ ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ବନ୍ୟାବିପନ୍ନଙ୍କ ପାଇଁ କାର୍ଯ୍ୟକରୁଥିବା ବେଳେ ବି ରାଜ୍ୟର ଯେ କୌଣସି ସ୍ଥାନରେ କିଛି ଦୁର୍ଘଟଣା କିମ୍ବା ଜରୁରୀକାଳୀନ ସେବାର ଆବଶ୍ୟକତା ପଡୁଛି ସଙ୍ଗେ ସଙ୍ଗେ ପାଖରେ ପହଁଚି ଯାଉଛନ୍ତି ଏହି ଆଗଧାଡ଼ିର ଯୋଦ୍ଧା । ସେଥିପାଇଁ ସେମାନଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ପଡ଼ିବ ।