ମାଲବାହୀ ଟ୍ରେନର ଚକା ମଝିରେ ବସି ୧୦୦ କିଲୋମିଟର ଗଲା କୁନି ପୁଅ । ଉଦ୍ଧାର କଲେ ଆରପିଏଫ୍ ପୋଲିସ ।

695

କନକ ବ୍ୟୁରୋ: ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାରେ ଜଣେ ନାବାଳକ ପାଇଁ ଦେବଦୂତ ପାଲଟିଲେ ରେଲୱେ ପୋଲିସ । ପିଲାଟିକୁ ଟ୍ରେନର ଚକା ମଝିରେ ଛିଡା ହୋଇଥିବା ଦେଖିପାରି କେହି ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ କର୍ମୀ ଆସି କୁନିପୁଅକୁ ସୁରକ୍ଷିତ ଉଦ୍ଧାର କରିଥିଲେ । ପରେ ପିଲାଟିକୁ ପଚାରିବାରୁ ସେ ଯାହା କହିଥିଲା ସେଥିରେ ଆରପିଏଫ୍ ପୋଲିସକର୍ମୀ ଆଶ୍ଚର୍ଯ୍ୟ ହୋଇଥିଲେ ।

ଲକ୍ଷେ୍ନø ଆଲମନଗରର ରେଲୱେ ଟ୍ରାକ୍ କଡରେ ଏକ ଝୁପୁଡି ଘରେ ରହୁଥିଲେ ବାପା, ପୁଅ । ପିଲାଟିର ମା’ କେଉଁଆଡେ ଚାଲିଯାଇଥିବାବେଳେ , ବାପା, ଭିକ ମାଗି ଆଣିଲେ ଦି ଜଣଙ୍କ ପେଟରେ ଦାନା ପଡେ । ସେଦିନ ମଧ୍ୟ ପିଲାଟିର ବାପା ଭିକ୍ଷାବୃତ୍ତି କରିବାକୁ ବାହାରକୁ ଯାଇଥିଲେ । ପିଲାଟି ଅନ୍ୟପିଲାଙ୍କ ସହ ମିଶି ଲୁଚକାଳି ଖେଳୁଖେଳୁ ଟ୍ରକରେ ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ୍ । ଲୁଚିବାକୁ ପିଲାଟି ଟ୍ରେନ୍ ତଳେ ଦୁଇଟି ଚକା ମଝିରେ ବସିଯାଇଥିଲା । ହେଲେ ହଠାତ୍ ଟ୍ରେନ ଗଡିବାରୁ ଆଉ ଓହ୍ଲାଇପାରିନଥିଲା । ସେମିତି ଚକା ମଝିରେ ବସିରହିଥିଲା । ଘରଠାରୁ ପାଖାପାଖି ୧୦୦ କିଲୋମିଟର ଦୂର ହରଦୋଇରେ ଆସି ପହଞ୍ଚିଥିଲା । ଏଠାରେ ଟ୍ରେନ ଅଟକିବା ସମୟରେ ଯାଞ୍ଚ ପାଇଁ ଆସିଥିବା ଟେକ୍ନିସିଆନ୍ ପିଲାଟିକୁ ଦେଖି ଆରପିଏଫ୍ କର୍ମୀଙ୍କୁ ଖବର ଦେଇଥିଲେ । ପୋଲିସ ଆସି ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଠିକଣା ପଚାରି ବୁଝିବା ସହ ଶିଶୁ ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ ।