କନକ ବ୍ୟୁରୋ : ସିବିଆଇର ତନାଘନା ପରେଅନଲାଇନରେ ଶିଶୁ ଯୌନ ନିର୍ଯାତନା କିପରି ବ୍ୟାପିଚାଲିଛି, ତା’ର ଏକ ଲଜ୍ଜାଜନକ ଚିତ୍ର ସାମନାକୁ ଆସିଛି । କେବଳ ଆମ ଦେଶରେ ନୁହେଁ, ମହାଦେଶରୁ ମହାଦେଶକୁ ଡେଇଁଛି ଏହି ଅପରାଧ । ଭାରତରେ ଏହି ଘଟଣା ଜଣାପଡିବା ପରେ ଏହାର ଚେର ଯେ ବିଦେଶରେ ରହିଛି, ଏହା ସ୍ପଷ୍ଟ ହୋଇଛି ।
ପ୍ରାୟ ୧୦୦ଟି ଦେଶରେ ଏହି ଘୃଣ୍ୟ ଅପରାଧ କାୟା ମେଲାଇଥିବା ଜଣାପଡିଛି । ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଇଛି ଭିଡିଓ ତିଆରି କରାଯାଉଛି ଏବଂ ସୋସିଆଲ୍ ମିଡିଆରେ ଏହାକୁ ପ୍ରସାର କରାଯାଉଛି । ଆଉ ଏହା ଦ୍ୱାରା ବିପୁଳ ଅର୍ଥ ରୋଜଗାର କରାଯାଉଛି । କିପରି ଏହି ଅନୈତିକ କାର୍ଯ୍ୟ କରାଯାଉଛି, ସିବିଆଇକୁ ଏ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ।
- ଖାଲି ଭାରତ ନୁହେଁ ୧୦୦ଟି ଦେଶରେ ସକ୍ରିୟ ରହିଛି ଅନଲାଇନ୍ ଶିଶୁ ଯୌନ ନିର୍ଯାତନା ରାକେଟ୍
- ଯୌନ ନିର୍ଯାତନାର ଭିଡିଓ ସୁଟିଂ କରି ପର୍ନସାଇଟ୍ ଗୁଡ଼ିକରେ ଅପଲୋଡ କରାଯାଉଛି
- ଆଉ ସୋସିଆଲ ମିଡିଆରେ ଏହାର ପ୍ରସାର ପ୍ରଚାର କରାଯାଉଛି
- ଇଂଟରନେଟକୁ ବ୍ୟବହାର କରି ସୋସିଆଲ ମିଡିଆରେ ଶିଶୁ ଯୌନ ନିର୍ଯାତନା ଭଳି ଅପରାଧକୁ ବଢାଯାଉଛି
- ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଶ୍ଳୀଳ ଭିଡିଓ କରି ପର୍ନ ୱେବସାଇଟରେ ଷ୍ଟୋର୍ କରି ରଖାଯାଉଛି
- ସାରା ବିଶ୍ୱରେ ପ୍ରସାର କରିବା ପାଇଁ ୫୦ଟି ଗ୍ରୁପକୁ ବ୍ୟବହାର କରାଯାଉଛି
- ଫଟୋ, ଭିଡିଓ, ଅଶ୍ଳୀଳ ମେସେଜ, ଲିଙ୍କକୁ ଏହି ସବୁ ଗ୍ରୁପରେ ସେୟାର କରାଯାଉଛି
- ଯେଉଁ ଲିଙ୍କରୁ ଏହି ସବୁ ବେଆଇନ କାରବାର ହୋଇଛି ତାର ଲିଙ୍କ ମଧ୍ୟ ସିବିଆଇ ପାଇଛି
- ଏହି ଅପରାଧରେ ୫ ହଜାର ଅପରାଧୀ ସାମିଲ ରହିଛନ୍ତି
- ସେମାନେ ଶିଶୁ ନିର୍ଯାତନା ଭିଡିଓ ଭାଇରାଲ କରୁଛନ୍ତି
- ସେଥିପାଇଁ ବିପୁଳ ଅର୍ଥର କାରବାର ହେଉଛି
- ଏହି ଅପରାଧୀ ଦେଶ ବାହାରେ ରହିଛନ୍ତି
- ଏହି ମାମଲାର ତଦନ୍ତ ପାଇଁ ସହଯୋଗୀ ତଦନ୍ତକାରୀ ସଂସ୍ଥା ସହ ଆଲୋଚନା କରୁଛି ସିବିଆଇ
- ନଭେମ୍ବର ୧୪ ତାରିଖରେ ସିବିଆଇ ୨୩ଟି ଅପରାଧିକ ମାମଲା ରୁଜୁ କରିଥିଲା
- ପ୍ରଥମେ ୮୩ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି
- ଏହି ସଂଖ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି
- ମଙ୍ଗଳବାର ଦିନ ଏହି ମାମଲାରେ ସିବିଆଇ ଦେଶବ୍ୟାପୀ ରେଡ୍ କରିଥିଲା
- ଦେଶର ୧୪ଟି ରାଜ୍ୟର ୭୭ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ସିବିଆଇ
- ଏହି ମାମଲାରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରିଛି ସିବିଆଇ