କନକ ବ୍ୟୁରୋ : ବାପା ଉପରେ ରାଗ କାରଣରୁ ବଳି ପଡ଼ିଲା ୫ବର୍ଷର ପୁଅ । ଅଭିଯୁକ୍ତର ଆତ୍ମସମର୍ପଣ ପରେ ଜଣାପଡ଼ିଲା ପୁରା ସତ । ମୃତଦେହକୁ ହାରମନିୟମରେ ଲୁଚାଇ ନେଇ ଫିଙ୍ଗିଦେବାକୁ କରୁଥିଲା ଯୋଜନା । ମାଲକାନଗିରି ଏମଭି ୧୯ରୁ ଆସିଲା ଶତ୍ରୁତାରୁ ଶିଶୁ ହତ୍ୟାର ସାଂଘାତିକ ଖବର ।
ସୂଚନା ଅନୁସାରେ କୋଭିଡ ଟୀକା ନେବା ଲାଗି ପଡିଶା ଘର ମାଉସୀଙ୍କୁ ଖବର ଦେବାକୁ ଯାଇ ନିଖୋଜ ହୋଇ ଯାଇଥିଲା ୪ ବର୍ଷର ନିଷ୍ପାପ ଶିଶୁ । ଏମଭି ୧୯ ଗାଁର ହାରାଧନ ମଣ୍ଡଳଙ୍କ ୪ ବର୍ଷର ଶିଶୁ ଅଙ୍କିତ ମଣ୍ଡଳକୁ ଗତ କାଲି ତାଙ୍କ ମା ପଡିଶା ଘରକୁ ପଠାଇ ଥିଲେ । ତେବେ ପଡିଶା ଘର ବିକାଶ ରାୟ ସେତେବେଳେ କିଛି ବାଦ୍ୟ ଯନ୍ତ୍ର ବଜାଉ ଥିବାରୁ ପିଲାଟି ସେଠାରେ ଅଟକି ଯାଇଥିଲା । ଆଉ ହଠାତ ପିଲାଟିର ବେକରେ ଗାମୁଛି ଦେଇ ହତ୍ୟା କରି ଘର ଭିତରେ ଲୁଚାଇ ରଖି ଥିଲା ବିକାଶ ।
ଗାଁ ଲୋକେ ଖୋଜା ଖୋଜି କରିବା ପରେ ପୁଲିସକୁ ଖବର ଦେଇଥିଲେ । ଗାଁ ଲୋକଙ୍କ ସହ ହତ୍ୟାକାରୀ ମଧ୍ୟ ଥାନାକୁ ଯାଇଥିଲେ ନିଖୋଜ ମାମଲା ରୁଜୁ କରିବା ପାଇଁ । ଗାଁ ଲୋକଙ୍କ ସନ୍ଦେହ ପରେ ପୁଲିସ ସାମନାରେ ଦୋଷ ଶିକାର କରିଥିଲା ବିକାଶ । ବାପାଙ୍କ ଉପରେ ରାଗ ଥିବାରୁ ପୁଅକୁ ମାରିଥିବା ନେଇ ସ୍ୱୀକାର କରିଥିଲା ବିକାଶ । ପରେ ପୁଲିସ ବିକାଶ ରାୟଙ୍କ ଘରେ ଲୁଚାଯାଇ ଥିବା କୁନି ପିଲାର ଶବକୁ ଉଦ୍ଧାର କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/Screen-Shot-2021-08-01-at-11.49.42-AM.png)