କନକ ବ୍ୟୁରୋ: ରାଉରକେଲାରେ ବାଲ୍ୟ ବିବାହକୁ ବନ୍ଦ କଲା ପ୍ରଶାସନ । ରାଉରକେଲା ହମୀରପୁର ଗରାଧି ବସ୍ତିରେ ଜଣେ ନାବାଳିକାକୁ ବିବାହ କରିବାକୁ ପ୍ରସ୍ତୁତ ଚାଲିଥିଲା । ସନ୍ଧ୍ୟାରେ ଆସିବାର ଥିଲା ବରଯାତ୍ରୀ । ଏଥିପାଇଁ ଟେଂଟ ବନ୍ଧାଠୁ ଆରମ୍ଭ କରି ଭୋଜି ପାଇଁ ରୋଷେଇ ଆରମ୍ଭ ହୋଇଥିଲା । କୌଣସି ସୂତ୍ରରୁ ଖବର ପାଇ ରାଉରକେଲା ସିଡିପିଓ ଏବଂ ୱେଲଫେୟାର ଡିପାର୍ଟମେଣ୍ଟ ସହ ସାମାଜିକ କର୍ମୀ ପହଂଚି ବିବାହ ବନ୍ଦ କରିଥିଲେ ।