କନକ ବ୍ୟୁରୋ : ବାଲ୍ୟବିବାହ ରୋକିବାକୁ ଯାଇ ହଟ୍ଟହଟ୍ଟା ହେଲା ପୋଲିସ୍ । ପିସିଆର ଭ୍ୟାନକୁ ଭଙ୍ଗାରୁଜା କରିବା ସହ ପୁଅ ଝିଅଙ୍କୁ ଛଡାଇନେଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଚୌଦ୍ୱାର ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମରେ । ସୂଚନା ଅନୁଯାୟୀ ଏହି ଗ୍ରାମର ଜଣେ ନାବାଳିକାଙ୍କ ବିବାହ ହେଉଥିବା ଖବର ପାଇଁ ଓଡିଶା ଲିଗାଲ ଆସୋସିଏସନ, ଓଡିଶା ଚାଇଲ୍ଡ ଲାଇନ ସଦସ୍ୟ ଓ ପୋଲିସ ଘଟଣାସ୍ଥଳରେ ପହଁଚି ବିବାହକୁ ବନ୍ଦ କରିଥିଲେ ।
ଏବଂ ପୁଅ ଝିଅଙ୍କୁ ପିସିଆର ଭ୍ୟାନରେ ବସାଇଥିଲେ । ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । କିଛି ଲୋକ ହୋହାଲ୍ଲା କରିବା ସହ ଗାଡିକୁ ଭଙ୍ଗାରୁଜା କରିଥିଲେ ଓ ପୁଅ ଝିଅକୁ ନେଇ ଯାଇଥିଲେ । ଏନେଇ ଓଡିଶା ଓ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତି କରି ଏକ ମାମଲା ରୁଜୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/44454.jpg)