ସରିଥିଲା ବାହାଘର, ପହଂଚିଗଲା ପୋଲିସ : ଭୁବନେଶ୍ୱର ଡୁମୁଡୁମାରୁ କନ୍ୟାକୁ ଉଦ୍ଧାର କଲେ ଚାଇଲ୍ଡଲାଇନ ସଦସ୍ୟ

Advertisment
ସରିଥିଲା ବାହାଘର, ପହଂଚିଗଲା ପୋଲିସ : ଭୁବନେଶ୍ୱର ଡୁମୁଡୁମାରୁ କନ୍ୟାକୁ ଉଦ୍ଧାର କଲେ ଚାଇଲ୍ଡଲାଇନ ସଦସ୍ୟ

କନକ ବ୍ୟୁରୋ : ସରିଥିଲା ବାହାଘର, ଶାଶୂଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲା କନ୍ୟା । ହେଲେ ଏହି ସମୟରେ ପହଂଚିଗଲେ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ । ବିବାହ ବୟସ ହୋଇନଥିବାରୁ ପୋଲିସ ସହାୟତାରେ କରାଗଲା ଉଦ୍ଧାର । ଏପରି ଘଟଣା ଘଟିଛି ଭୁବନେଶ୍ୱର ଡୁମୁଡୁମା ଅଂଚଳରେ । ଝିଅକୁ ଏବେ ଚାଇଲ୍ଡଲାଇନରେ ରଖାଯାଇଛି । କନ୍ୟାର ବିବାହ ବୟସ ହୋଇନଥିବା ନେଇ ଚାଇଲ୍ଡଲାଇନରେ ଅଭିଯୋଗ ହୋଇଥିଲା । କାଲି ରାତିରେ ଖଣ୍ଡଗିରି ପୋଲିସ ସହାୟତାରେ ବିବାହ ହେଉଥିବା ସ୍ଥାନରେ ପହଂଚି କନ୍ୟାକୁ ଉଦ୍ଧାର କରିଥିଲେ । ଏନେଇ ଚାଇଲ୍ଡଲାଇନ୍ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା ଦିଆଯିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe