କନକ ବ୍ୟୁରୋ : ସରିଥିଲା ବାହାଘର, ଶାଶୂଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲା କନ୍ୟା । ହେଲେ ଏହି ସମୟରେ ପହଂଚିଗଲେ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ । ବିବାହ ବୟସ ହୋଇନଥିବାରୁ ପୋଲିସ ସହାୟତାରେ କରାଗଲା ଉଦ୍ଧାର । ଏପରି ଘଟଣା ଘଟିଛି ଭୁବନେଶ୍ୱର ଡୁମୁଡୁମା ଅଂଚଳରେ । ଝିଅକୁ ଏବେ ଚାଇଲ୍ଡଲାଇନରେ ରଖାଯାଇଛି । କନ୍ୟାର ବିବାହ ବୟସ ହୋଇନଥିବା ନେଇ ଚାଇଲ୍ଡଲାଇନରେ ଅଭିଯୋଗ ହୋଇଥିଲା । କାଲି ରାତିରେ ଖଣ୍ଡଗିରି ପୋଲିସ ସହାୟତାରେ ବିବାହ ହେଉଥିବା ସ୍ଥାନରେ ପହଂଚି କନ୍ୟାକୁ ଉଦ୍ଧାର କରିଥିଲେ । ଏନେଇ ଚାଇଲ୍ଡଲାଇନ୍ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା ଦିଆଯିବ ବୋଲି ଜଣାପଡ଼ିଛି ।