କନକ ବ୍ୟୁରୋ : କଟକ ପରେ ସମ୍ବଲପୁର ସଦର ମେଡିକାଲରୁ ଶିଶୁ ଚୋରି ଅଭିଯୋଗ । ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ନବଜାତ ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି । କେହି ଅଜଣା ମହିଳା ବିଳମ୍ବିତ ରାତିରେ ପିଲାଟିକୁ ଉଠାନେଇଥିବା ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି । ତେବେ ଏ ସମସ୍ତ ଦୃଶ୍ୟ ମେଡିକାଲ ପରିସରରେ ଲାଗିଥିବା ସିସିଟିଭିରେ କଏଦ ହୋଇ ରହିଛି । ପୁଲିସ ସିସିଟିଭି ଫୁଟେଜର ଯାଂଚ କରି ତଦନ୍ତ ଆରମ୍ଭ କରିଛି ।
ଯେତେ ଯାହା ପଦକ୍ଷେପ ନେଲେ ସୁଦ୍ଧା ମେଡିକାଲରୁ ପିଲା ଚୋରିକୁ ରୋକା ଯାଇପାରୁନି । ସିସିଟିଭିରେ କଏଦ ହୋଇଛି ସମ୍ବଲପୁର ସଦର ମେଡିକାଲରୁ ପିଲା ଚୋରିର ଦୃଶ୍ୟ । ଦେଖନ୍ତୁ କିଭଳି ମହିଳା ଜଣଙ୍କ ଲୁଗାରେ ଢାଙ୍କି ହୋଇଛି ଶିଶୁଟିକୁ ନେଇ ପଳାଉଛନ୍ତି । ସେ ଏଭଳି ଭାବରେ ଢାଙ୍କି ହୋଇଛନ୍ତି ଯେ, ତାଙ୍କୁ ଚିହ୍ନିବା ମୁସ୍କଲି । ପିଲାଟି ମଧ୍ୟ ଦେଖାଯାଉନାହିଁ । ତାକୁ ବି ନିଜ ଲୁଗା ଭିତରେ ଲୁଚେଇ ଧରି ପାର ହୋଇ ଯାଉଛନ୍ତି ମହିଳା ଜଣକ । ପୁଲିସ ସିସିଟିଭି ଫୁଟେଜ ଯାଂଚ କରିବା ସହ ସହର ବିଭିନ୍ନ ସ୍ଥାନରେ ଚଢାଉ କରିଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
ଏହାସହ ମଧ୍ୟ ଦେଖନ୍ତୁ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/child.jpg)