କନକ ବ୍ୟୁରୋ: ଉତ୍ତରପ୍ରଦେଶ ଅଲିଗଡର ଏକ ହସ୍ପିଟାଲରେ ଘଟିଛି ଅଭାବନୀୟ ଘଟଣା । ଝାଡାବାନ୍ତିରେ ଆକ୍ରାନ୍ତ ଏକ ଶିଶୁକୁ କମ୍ପାଉଣ୍ଡର ହେଭି ଡୋଜ୍ ମେଡିସିନ୍ ଦେଇଦେବାରୁ ପ୍ରତିକ୍ରିୟା ହୋଇ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁର ପରିବାର ଲୋକେ ଏଥିପାଇଁ ହସ୍ପିଟାଲ ପ୍ରବନ୍ଧକ ଓ କମ୍ପାଉଣ୍ଡରଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ ଦୃଢ କା ର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି ।
ସୂଚନା ମୁତାବକ, ଆଲିଗଡର ଏକ ପରିବାର ଶିଶୁକୁ ଧରି ଶନିବାର ରାତିରେ ହସ୍ପିଟାଲରେ ପହଞ୍ଚିଥିଲେ । କିନ୍ତୁ ସେ ସମୟରେ ହସ୍ପିଟାଲରେ କେହି ଡାକ୍ତର ନଥିଲେ । ଫଳରେ କମ୍ପାଉଣ୍ଡର ଶିଶୁକୁ ମେଡସିନ୍ ଦେଇଥିଲେ । କିନ୍ତୁ ଓଭର ଡୋଜ୍ ମେଡିସିନ୍ ଦେବାରୁ ଶିଶୁ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୁଲିସ ପ୍ରଶାସନ ପହଞ୍ଚି ପୁରା ହସ୍ପିଟାଲକୁ ସିଜ୍ କରିବା ସହ ତଦନ୍ତ ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/child-dead.jpg)