କନକ ବ୍ୟୁରୋ: ଲଗାଣ ବର୍ଷାରେ ଘର କାନ୍ଥ ଭାଙ୍ଗି ଜଣେ ଶିଶୁ ମୃତ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଲଗାଣ ବର୍ଷାରେ ଦଳବେଡା ପଞ୍ଚାୟତ ଅଧିନସ୍ଥ ଭାଟିପଡା ଗ୍ରାମର ଦୁର୍ୟ୍ୟନ ବାଗଙ୍କ ଘର କାନ୍ଥ ଭୁଶୁଡି ତାଙ୍କ ୫ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳକୁ ଚନ୍ଦାହାଣ୍ଡି ତହସିଲ ଦାର ସହଦେବ କୁଟ୍ରୁକା ଏବଂ ବି ଡି ଓ ରାମକୃଷ୍ଣ ନାୟକ ପରିଦର୍ଶନ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି ।
ଗତ ୩ ଦିନ ହେବ ଏଠାରେ ଲଗାଣ ବର୍ଷା ଲାଗି ରହିଛି । ଭାଟିପଡା ଗ୍ରାମର ଦୁର୍ୟ୍ୟନ ବାଗ ଅତି ଗରୀବ ଶ୍ରେଣୀର ହୋଇଥିବାରୁ ଗୃହ ଅଭାବ ରେ ପୁରୁଣା କାଳିଆ ଝାଟି ମାଟି ଘରେ ତାଙ୍କ ସ୍ତ୍ରୀ ଏବଂ ୫ ବର୍ଷ ର ଶିଶୁପୁତ୍ର ଦୟନୀୟ ଅବସ୍ଥା ରେ ଜୀବନ ଯାପନ କରନ୍ତି । ଗତକାଲି ସକାଳେ ତାଙ୍କ ପୁଅ ଫାଳଗୁନି ବାଗ ଘରେ ଥିବା ସମୟରେ ହଟାତ କାନ୍ଥ ଭୁଷୁଡ଼ି ପଡି ତାଙ୍କ ଉପରେ ପଡିବା ରୁ ସେ ଚାପି ହୋଇ ଗୁରୁତର ହୋଇ ପଡି ଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/kantha.jpg)