କନକ ବ୍ୟୁରୋ: ରାଜଧାନୀ ମୁକୁଳା ଡ୍ରେନରେ ଭାସି ଶିଶୁ ମୃତ୍ୟୁ ଘଟଣା । ନଗର ଉନ୍ନୟନ ବିଭାଗକୁ ବିଏମସିର ରିପୋର୍ଟ । ଜେଇଙ୍କୁ କାରଣ ଦର୍ଶାଅ ନୋଟିସ ଓ କାର୍ଯ୍ୟରତ ଅଧିକାରୀଙ୍କୁ ଦାୟୀ କରିଛି ବିଏମସି । ସେପଟେ ମୁୁକୁଳା ଡ୍ରେନ୍ ଅଘଟଣରୁ ରକ୍ଷା ପାଇଁ ଲୁହା ବାଡ ନକରି କାନ୍ଥ ବାଡରେ ପାଚେରି କରିବାର ଆବଶ୍ୟକତା ନେଇ ସ୍ଥାନୀୟ ଲୋକେ କରିଛନ୍ତି ଦାବି ।

Advertisment

ଭୁବନେଶ୍ୱରରେ ମୁକୁଳା ଡ୍ରେନରେ ପଡ଼ି ଜଣେ ନାବାଳକର ଅକାଳ ମୃତ୍ୟୁର ତିନି ଦିନ ପରେ ଜବାବ ରଖିଛି ବିଏମସି । ଭୁଲ୍ କାହାର ଓ କିଏ ଦାୟୀ ସେନେଇ ବିଏମସି କହିଛି,
ଡ୍ରେନ୍ ମରାମତି ପାଇଁ କାର୍ଯ୍ୟରତ ଅଧିକାରୀ ଦାୟୀ
ମରାମତି କରୁଥିବା ଜେଇଙ୍କୁ ହୋଇଛି କାରଣ ଦର୍ଶାଅ ନୋଟିସ୍
ଲୁହା ବ୍ୟାରିକେଡ୍ ହେବାର ଥିଲା, ହେଲେ ହୋଇନଥିଲା
ଗୁରବାର ଠାରୁ ଏହି କାମ ହେବା ନେଇ କହିଛି ବିଏମସି

ସବୁଠାରୁ ବଡ଼ କଥା ହେଉଛି, ଦୁର୍ଘଟଣା ଦିନ ଡ୍ରେନର ଅଧାପନ୍ତରିଆ ସ୍ଲାବ କାମକୁ ଦାୟୀ କରିଥିଲେ ବିଏମସି ମେୟର । ଆଉ ଏବେ କହିଛନ୍ତି ସମସ୍ତ ମୁକୁଳା ଡ୍ରେନର ବ୍ୟାରିକେଡିଂ କରିବା ପାଇଁ ବିଏମସି ପାଖରେ ଆବଶକ ଅର୍ଥ ନାହିଁ ।

ସେପଟେ ଘଟଣାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗୁରୁତ୍ୱର ସହ ନେଇଥିଲେ । ଗତକାଲିି ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତ ନାବାଳକର ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ସବୁଠୁ ବଡ଼କଥା ହେଉଛି ଯେ ଏହି ଅଘଟଣ କିପରି ଘଟିଲା ଓ ଏଥିପାଇଁ କିଏ ଦାୟୀ, ସେନେଇ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମ୍ସି କମିସନରଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଅନ୍ୟପଟେ ମୁକୁଳା ଡ୍ରେନର ମରାମତି ପାଇଁ ଆଗେଇଛି ପ୍ରଶାସନ । ହେଲେ ଲୁହା ବାଡ ନକରି କାନ୍ଥ ବାଡରେ ପାଚେରି କରିବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ବିଏମସିର ତଥ୍ୟ ଅନୁଯାୟୀ ଭୁବନେଶ୍ୱରରେ ୭୭ କିଲୋମିଟର ବିଶିଷ୍ଟ ୧୧ଟି ମୁଖ୍ୟ ଡ୍ରେନ ରହିଛି । ୧୧ଶହ କିଲୋମିଟରର ସେକେଣ୍ଡାରୀ ବା ସବ ଡ୍ରେନ ରହିଛି । ବାରମ୍ବାର ଦୁର୍ଘଟଣା ପରେ ତତ୍ପରତା ଦେଖାଉଥିବା ବିଏମସି ପରବର୍ତୀ ମସୟରେ ଚୁପ୍ ହୋଇ ବସିପଡୁଛି ।