ରାଉରକେଲା : ରାଉରକେଲା ଆଇଜିଏଚରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ହସ୍ପିଟାଲର ବର୍ଣ୍ଣ ୱାର୍ଡର ମୁଖ୍ୟ ଫାଟକର କାଚ ଭାଙ୍ଗି ତୁମୁଳକାଣ୍ଡ ଭିଆଇଛନ୍ତି ମୃତକଙ୍କ ପରିବାର । ପ୍ରଦୀପ ଗୁପ୍ତାଙ୍କ ୩ ବର୍ଷର ଶିଶୁ କନ୍ୟାକୁ ଚିକିତ୍ସା ପାଇଁ ଆଇଜିଏଚରେ ଭର୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅବହେଳା ଯୋଗୁଁ ଶିଶୁ କନ୍ୟାଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୁଲିସ ଓ ସିଆଇଏସଏଫ୍ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣଳୁ ଆଣିଥିଲେ ।
ରାଉରକେଲା ଆଇଜିଏଚରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା
/kanak/media/post_attachments/wp-content/uploads/2016/05/vlcsnap-2016-05-19-17h50m38s374.png)