ବିଜୁଳି ପାଇଁ ଲିଭିଗଲା ଜୀବନ

ବିଜୁଳି ପାଇଁ ଲିଭିଗଲା ଜୀବନ

ଚାନ୍ଦବାଲି : ଡାକ୍ତରଖାନାରେ ବିଜୁଳି କଟିଗଲେ ପରିସ୍ଥିତି କଣ ହୋଇପାରେ ତାହାର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲା ଚାଲବାଲି ଡାକ୍ତରଖାନାରେ ବିଜୁଳି କଟି ଯିବାରୁ ଜଣେ ଶିଶୁର ଜୀବନ ଚାଲିଗଲା ବୋଲି ତାଙ୍କ ମା’ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଶିଶୁ ଜନ୍ମ ହେବା ପରେ ବିଜୁଳି କଟି ଯିବାରୁ ଡାକ୍ତର ତାଙ୍କୁ ଭଦ୍ରକ ନେଇ ଯିବାକୁ କହିଥିଲେ । କିନ୍ତୁ ତୁରନ୍ତ ଏହି ବ୍ୟବସ୍ଥା ନ ହୋଇପାରିବାରୁ ଶିଶୁଟିର ଜୀବନ ଚାଲିଯାଇଛି । ବିଜୁଳି କାଟ୍ ଯୋଗୁଁ ୱାର୍ମ ଭେକ୍ୟୁମ୍ ଭେସେଲ ବ୍ୟବହାର କରାଯାଇ ପାରିନଥିଲା ।

ସେପଟେ ନବଜାତ ଶିଶୁ ଓ ପ୍ରସୂତି ମହିଳା ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଥିବା ବେଳେ ଡାକ୍ତରଙ୍କ କ୍ୟାବିନ୍ ଓ ଆଉଟଡୋରରେ ଫ୍ୟାନ୍ ଲାଗିଥିବାର ନଜର ଆସିଛି । ଡାକ୍ତରଙ୍କ ପାଇଁ ଇନଭଟର ଜରିଆରେ ବିଦ୍ୟୁତ୍ ଯୋଗାଇ ଦିଆଯାଉଛି । ହେଲେ ରୋଗୀଙ୍କ ଦୁଃଖ କାହାକୁ ଦେଖାଯାଉନିି ।

ତେବେ ଏନେଇ ଉଭୟ ସ୍ଥାନୀୟ ପ୍ରଶାସନ ଏବଂ ମେଡ଼ିକାଲ କର୍ତୃପକ୍ଷ ମୁହଁ ଖୋଲିବାକୁ ନାରାଜ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe