ଚାନ୍ଦବାଲି : ଡାକ୍ତରଖାନାରେ ବିଜୁଳି କଟିଗଲେ ପରିସ୍ଥିତି କଣ ହୋଇପାରେ ତାହାର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲା ଚାଲବାଲି ଡାକ୍ତରଖାନାରେ ବିଜୁଳି କଟି ଯିବାରୁ ଜଣେ ଶିଶୁର ଜୀବନ ଚାଲିଗଲା ବୋଲି ତାଙ୍କ ମା’ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଶିଶୁ ଜନ୍ମ ହେବା ପରେ ବିଜୁଳି କଟି ଯିବାରୁ ଡାକ୍ତର ତାଙ୍କୁ ଭଦ୍ରକ ନେଇ ଯିବାକୁ କହିଥିଲେ । କିନ୍ତୁ ତୁରନ୍ତ ଏହି ବ୍ୟବସ୍ଥା ନ ହୋଇପାରିବାରୁ ଶିଶୁଟିର ଜୀବନ ଚାଲିଯାଇଛି । ବିଜୁଳି କାଟ୍ ଯୋଗୁଁ ୱାର୍ମ ଭେକ୍ୟୁମ୍ ଭେସେଲ ବ୍ୟବହାର କରାଯାଇ ପାରିନଥିଲା ।
ସେପଟେ ନବଜାତ ଶିଶୁ ଓ ପ୍ରସୂତି ମହିଳା ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଥିବା ବେଳେ ଡାକ୍ତରଙ୍କ କ୍ୟାବିନ୍ ଓ ଆଉଟଡୋରରେ ଫ୍ୟାନ୍ ଲାଗିଥିବାର ନଜର ଆସିଛି । ଡାକ୍ତରଙ୍କ ପାଇଁ ଇନଭଟର ଜରିଆରେ ବିଦ୍ୟୁତ୍ ଯୋଗାଇ ଦିଆଯାଉଛି । ହେଲେ ରୋଗୀଙ୍କ ଦୁଃଖ କାହାକୁ ଦେଖାଯାଉନିି ।
ତେବେ ଏନେଇ ଉଭୟ ସ୍ଥାନୀୟ ପ୍ରଶାସନ ଏବଂ ମେଡ଼ିକାଲ କର୍ତୃପକ୍ଷ ମୁହଁ ଖୋଲିବାକୁ ନାରାଜ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/vlcsnap-2016-06-05-18h45m02s030.png)